ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଶ୍ଚିମବଙ୍ଗ ବିଜୟ ପରେ ପ୍ରଥମ ପାଇଁ ମମତା ବାନାର୍ଜୀ ୫ ଦିନିଆ ଦିଲ୍ଲୀ ଗସ୍ତ କରିଛନ୍ତି | ସେଠାରେ ମୁଖ୍ୟମନ୍ତ୍ରୀ ମମତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ହୋଇଛି ସୌଜନ୍ୟମୂଳକ ସାକ୍ଷାତକାର। ମୋଦିଙ୍କୁ ଭେଟିବା ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଓ ଆନନ୍ଦ ଶର୍ମାଙ୍କୁ ଭେଟିଥିଲେ ଦିଦି । ଅନେକ ପ୍ରସଙ୍ଗରେ ଉଭୟ ନେତାଙ୍କ ସହ ଆଲୋଚନା ହୋଇଥିବା ଜଣାପଡିଛି । କିଭଳି ଜାତୀୟ ସ୍ତରରେ ଶାସକ ବିଜେପିର ମୁକାବିଲା କରାଯାଇପାରିବ ସେ ନେଇ ଆଲୋଚନା ହୋଇଥିବା ଚର୍ଚ୍ଚା ଜୋର ଧରିଛି । ତେବେ ଆସନ୍ତାକାଲି ମମତା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହାବ୍ୟତୀତ ଦିଦି ଅନେକ ନେତାଙ୍କୁ ଭେଟି ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।






More Stories
ଆଣ୍ଡାମାନ ଛୁଇଁଲା ମୌସୁମୀ…..
ଦୀର୍ଘଦିନର “ଟାୱେଲ୍ ସଂସ୍କୃତି”କୁ ବନ୍ଦ କଲେ ବିଜୟ…..
ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ ନକଲେ,ପାକିସ୍ତାନର ଇତିହାସ ଆଉ ଭୂଗୋଳ ବଦଳିଯି…..