ରିପୋର୍ଟ କାର୍ଡ / ଭୁବନେଶ୍ୱର
କରୋନା କଟକଣା ମଧ୍ୟରେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରାଯାଉଛି । ପ୍ରାର୍ଥୀ ସଂପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ପ୍ରଚାର କରୁଛନ୍ତି | ଏହାରି ମଧ୍ୟରେ ପଞ୍ଚାୟତ ନିର୍ବାଚନରେ ପାର୍ଥୀ ମାଇକ ଯୋଗେ ପ୍ରଚାର କରିବାକୁ ଅନୁମତି ଦେଇଛନ୍ତ ରାଜ୍ୟ ନିର୍ବାଚନ କମିଶନ । ପ୍ରାର୍ଥୀଙ୍କୁ ତହସିଲଦାରଙ୍କ ଠାରୁ ଅନୁମତି ନେବାକୁ ହେବ ବୋଲି କୁହାଯାଇଛି । ଏହା ସହ ଲାଉଡ ସ୍ପିକର ଓ ମାଇକ୍ ପାଇଁ ଅନୁମତି ପ୍ରଦାନ କରିବେ ତହସିଲଦାର । ସେହିପରି କମିଶନରେଟ୍ ପୋଲିସ ଅନ୍ତର୍ଗତ ବ୍ଲକ ପାଇଁ ଡିସିପିଙ୍କ ଠାରୁ ଅନୁମତି ନେବାକୁ ହେବ । ସରପଞ୍ଚ ଓ ପଞ୍ଚାୟତ ସମିତି ପ୍ରାର୍ଥୀଙ୍କ ପ୍ରଚାର ଗାଡ଼ି ପାଇଁ ବିଡିଓ ଦେବେ ଅନୁମତି । ଜିଲ୍ଲା ପରିଷଦ ସଦସ୍ୟଙ୍କ ପ୍ରଚାର ଗାଡ଼ି ପାଇଁ ଉପଜିଲ୍ଲାପାଳ ଦେବେ ଅନୁମତି ।






More Stories
କମିଲା ମୁଖ୍ୟମନ୍ତ୍ରୀଙ୍କ କାର୍କେଡ୍ ଗାଡ଼ି ସଂଖ୍ୟା…..
ଶେଷ ହେଉଛି ପେଟ୍ରୋଲ!….
ତିରିଂ ଅଞ୍ଚଳରେ ଡବଲ ମର୍ଡର ……