Report Card Odisha

| Daily Odia News

ଦ୍ଵିତୀୟ ପର୍ୟ୍ୟାୟ ଭୋଟ ଗଣତି ଜାରି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଅଜି ସକାଳ ୮ଟାରୁ ଦ୍ଵିତୀୟ ପର୍ୟ୍ୟାୟ ଭୋଟ ଗଣତି ଆରମ୍ଭ ହୋଇଛି। ୩୦୭ ଜିଲ୍ଲା ପରିଷଦ ଜୋନରେ ଚାଲିଛି ଭୋଟ୍‍ ଗଣତି କାର୍ଯ୍ୟ। ଫେବ୍ରୁଆରୀ ୨୮ ଅର୍ଥଶତ ଆସନ୍ତାକାଲି ଭୋଟ୍‍ ଗଣତି କାର୍ଯ୍ୟ ଶେଷ ହେବ। ଗଣତି କେନ୍ଦ୍ରଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଗଣତି ଚାଲିଥିବା ବେଳେ, ମୋଟ ୧ ଲକ୍ଷ ୫୬ ହଜାର ୭୫୩ ଓ୍ୱାର୍ଡ ମେମ୍ବର, ୩୨ ହଜାର ୮୬୦ ସରପଞ୍ଚ, ୨୭ ହଜାର ୩୪ ସମିତି ସଭ୍ୟ ଓ ୩ ହଜାର ୩୩୯ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଗତକାଲି ଭୋଟ୍‍ ଗଣତିର ପ୍ରଥମ ଦିନରେ ୩୧୫ ଜୋନରେ ଭୋଟ୍‍ ଗଣତି ହୋଇଥିଲା। ସେଥିମଧ୍ୟରୁ ୨୫୬ ଜୋନର ଫଳାଫଳ ପ୍ରକାଶ ପାଇଛି। ବିଜେଡି ସର୍ବାଧିକ ଆସନ ହାତେଇଥିବା ଦେଖିବାକୁମିଲିଛି। ୨୫୬ ଜୋନରୁ ବିଜେଡି ୨୩୦ ଜୋନରେ ବିଜୟୀ ହୋଇଛି। ସେହିପରି କଂଗ୍ରେସ ୧୨ଟି ଓ ବିଜେପି ୧୦ଟି ଜୋନରେ ବିଜୟୀ ହୋଇଛି।

Breaking News