ରିପୋର୍ଟ କାର୍ଡ / ପୁରୀ
ପୁରୀ ମାଉସୀ ମା’ ମନ୍ଦିରରୁ ଗୁରୁବାର ଚୋରି ହୋଇଛି । ମାଉସୀ ମା’ ମନ୍ଦିରରୁ ଚୋରି ଘଟଣା ଘଟଣାରେ ଚିନ୍ତା ପ୍ରକଟ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । କହିଛନ୍ତି, ଚୋରି ଘଟଣା ସମ୍ପର୍କରେ ଶୁଣି ମୁଁ ଆଶ୍ଚର୍ଯ୍ୟ । ଅଭିଯୁକ୍ତଙ୍କ ଧରିବାକୁ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉ । ଶ୍ରୀକ୍ଷେତ୍ର ଭଳି ଧାର୍ମିକସ୍ଥଳରେ ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ଦାବି କରିଛନ୍ତି ଗଜପତି । ସୂଚନା ଅନୁସାରେ- ପୁରୀରେ ଏବେ ଦୁର୍ବୃତ୍ତଙ୍କ ଟାର୍ଗେଟରେ ମନ୍ଦିର । କିଛି ଦିନ ତଳେ ରାମଚଣ୍ଡୀଙ୍କ ମନ୍ଦିରରୁ ଚୋରି ହେବା ପରେ ଗୁରୁବାର ବଡଦାଣ୍ଡ ବଳଗଣ୍ଡି ନିକଟରେ ଥିବା ମାଉସୀ ମା’ ମନ୍ଦିରରୁ ଚୋରି ହୋଇଛି । ମୁଖ୍ୟ ପ୍ରବେଶ ଦ୍ବାର ଲୁହା ଗେଟର ତାଲା କାଟି ଲୁଟେରାମାନେ ମନ୍ଦିର ଭିତରେ ପସିଥିଲେ । ତାପରେ ଭିତରେ ୩ଟି ତାଲା କାଟି ମୁଖ୍ୟ ମନ୍ଦିରରେ ପ୍ରବେଶ କରିଥିଲେ । ମନ୍ଦିରର ହୁଣ୍ଡି ଭାଙ୍ଗି ପ୍ରାୟ ୩୦ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଥିଲା ।
More Stories
ଆଜି ହେରାପଞ୍ଚମୀ ନୀତି,ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ…..
ଓଡ଼ିଶା ଆସିବେ ରାଷ୍ଟ୍ରପତି….
ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପରେ ନିଷ୍ପତ୍ତିକୁ ସ୍ଥଗିତ କଲା ଓଏସ ସଂଘ ….