ରିପୋର୍ଟ କାର୍ଡ / ପୁରୀ
ଶ୍ରୀମନ୍ଦିରରେ ରୋଷେଇରେ ଲୁହା କଡେଇ ବ୍ୟବହାର ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆଜି ୩ ସୁପକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ପରିସର କିମ୍ବା ଶ୍ରୀମନ୍ଦିର ରୋଷରେ ପ୍ରବେଶ ପାଇଁ ନିଷିଦ୍ଧ କରାଯାଇଛି । ଜଣେ ପାଳିଆ ସେବକ ମହାପ୍ରଭୁଙ୍କୁ ସେବାପୂଜାରୁ ନିଲମ୍ବନ କରାଯାଇଛି । କାର୍ଯ୍ୟାନୁଷ୍ଠାନ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢୀଙ୍କ ପକ୍ଷରୁ ସୂଚନା ମିଳିଛି । ମହାପ୍ରଭୁଙ୍କ ସେବାରେ ପରମ୍ପରା ବହିର୍ଭୂତ କାର୍ଯ୍ୟ,ବିଶୃଙ୍ଖଳା ବରଦାସ୍ତ କରାଯିବନି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।






More Stories
ଜାତୀୟ ପତାକା ବ୍ୟବହାର ନେଇ ନିର୍ଦେଶନାମା ଜାରି…..
ଉଛେଦ ହେଲା ପ୍ରଣବଙ୍କ ଫାର୍ମ ହାଉସ ଜମି…..
ଚାଲିପାରିଲାନି ପ୍ରଶ୍ନକାଳ,ସାଢ଼େ ୧୧ଟା ଯାଏଁ ଗୃହ ମୁଲତବୀ…..