Report Card Odisha

| Daily Odia News

ରାହୁଲଙ୍କ ସରକାରୀ ବାସଭବନ ପରିବର୍ତ୍ତନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ସରକାରୀ ବାସଭବନ ପରିବର୍ତ୍ତନ କରାଯାଇଛି। ଦିଲ୍ଲୀର ସୁନହରୀ ବାଗ ରୋଡରେ ଥିବା ୫ ନମ୍ବର ବଙ୍ଗଳା ଏବେ ତାଙ୍କର ନୂଆ ଠିକଣା ହେବ । ମିଳିଥିବା ସୂଚନା ଅନୁଯାୟୀ, ରାହୁଲ ଗାନ୍ଧି ଜେନେରାଲ ପୁଲର ଏହି ଟାଇପ୍ ୮ ବଙ୍ଗଳା ପାଇଁ ଅନୁମୋଦନ ଦେଇଥିଲେ। ସରକାରୀ ଆବଣ୍ଟନ ଓ ସୌନ୍ଦର୍ଯ୍ୟକରଣ ପରେ ରାହୁଲ ଗାନ୍ଧି ଏହି ସ୍ଥାନକୁ ଚାଲିଯିବେ। ବିରୋଧୀ ଦଳ ନେତା ଭାବେ ରାହୁଲଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ସ୍ଥିତି ଅନୁଯାୟୀ ଟାଇପ୍ ୮ ବଙ୍ଗଳା ମିଳିବ। ବର୍ତ୍ତମାନ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ତାଙ୍କ ମା’ ସୋନିଆ ଗାନ୍ଧୀଙ୍କ ସହ ୧୦-ଜନପଥରେ ରହୁଛନ୍ତି, କିନ୍ତୁ ଏହା ପୂର୍ବରୁ ରାହୁଲ ଗାନ୍ଧୀଙ୍କ ଠିକଣା ଥିଲା ୧୨, ତୁଘଲକ ଲେନ୍ ୨୦୦୪ରୁ ୨୦୨୩ ଏପ୍ରିଲ ପର୍ଯ୍ୟନ୍ତ। ଗତ ବର୍ଷ ମାର୍ଚ୍ଚ ମାସରେ ମାନହାନି ମାମଲାରେ ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ ମିଳିବା ପରେ ତାଙ୍କ ଲୋକସଭା ସଦସ୍ୟତା ରଦ୍ଦ କରାଯାଇଥିଲା ଏବଂ ୧୨, ତୁଗଲକ ଲେନ୍ ସ୍ଥିତ ବଙ୍ଗଳାକୁ ମଧ୍ୟ ଛଡ଼ାଇ ନିଆଯାଇଥିଲା। ରାହୁଲ ଗାନ୍ଧିଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଥିଲେ ମଧ୍ୟ ସେ ନୂଆ ବଙ୍ଗଳା ନେଇ ନଥିଲେ।

Breaking News