ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନାକୁ ଜିତିବା ପାଇଁ ପିଲାଙ୍କୁ ଟୀକାକରଣ ନେଇ ଆସିଛି ଖୁସି ଖବର | ପୂର୍ବରୁ ବୟସ୍କ ଓ ୧୮ ବୟସରୁ ଅଧିକ ସଭିଁଙ୍କୁ ଟିକାକରଣ ଜାରି ରହିଥିବା ବେଳେ ଏବେ ୧୨ ରୁ ୧୪ ବର୍ଷ ପିଲା ନେବେ କରୋନା ଟିକା। ଆସନ୍ତା ୧୬ ତାରିଖରୁ ଟିକାକରଣ ଆରମ୍ଭ ହେବ। ବାୟୋଲୋଜିକାଲ୍ -ଇ ପ୍ରସ୍ତୁତ କୋର୍ବେଭାକ୍ସ ଟିକା ଦିଆଯିବ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ସୂଚନା ଦେଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ମାର୍ଚ୍ଚ ୧୬ ରୁ ୧୨ ରୁ ୧୪ ବର୍ଷର ପିଲାମାନଙ୍କୁ ଟିକାକରଣ କରାଯିବ । ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି , ବର୍ତ୍ତମାନ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ବୁଷ୍ଟର ଡୋଜ୍ ନେଇପାରିବେ। ଏଥିପାଇଁ ଥିବା ନିୟମ ମଧ୍ୟ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ବୁଷ୍ଟର ଡୋଜ୍ ନେବା ପାଇଁ କେବଳ ଆଗଧାଡିର କର୍ମଚାରୀ ଏବଂ ଗୁରୁତର ରୋଗରେ ପୀଡ଼ିତ ବୟସ୍କମାନଙ୍କ ପାଇଁ ଅନୁମତି ଦିଆଯାଇଥିଲା ।
More Stories
ଆଜିଠୁ ପୁରୁଣା ଗାଡ଼ି କୁ ପେଟ୍ରୋଲ-ଡିଜେଲ ମନା…..
ବନ୍ୟାରେ ଭାସିଯାଇ ୧୨ ନିଖୋଜ……
ରାସାୟନିକ କାରଖାନାରେ ବିସ୍ଫୋରଣ ଘଟଣା:ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି……