ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନାକୁ ଜିତିବା ପାଇଁ ପିଲାଙ୍କୁ ଟୀକାକରଣ ନେଇ ଆସିଛି ଖୁସି ଖବର | ପୂର୍ବରୁ ବୟସ୍କ ଓ ୧୮ ବୟସରୁ ଅଧିକ ସଭିଁଙ୍କୁ ଟିକାକରଣ ଜାରି ରହିଥିବା ବେଳେ ଏବେ ୧୨ ରୁ ୧୪ ବର୍ଷ ପିଲା ନେବେ କରୋନା ଟିକା। ଆସନ୍ତା ୧୬ ତାରିଖରୁ ଟିକାକରଣ ଆରମ୍ଭ ହେବ। ବାୟୋଲୋଜିକାଲ୍ -ଇ ପ୍ରସ୍ତୁତ କୋର୍ବେଭାକ୍ସ ଟିକା ଦିଆଯିବ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ସୂଚନା ଦେଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ମାର୍ଚ୍ଚ ୧୬ ରୁ ୧୨ ରୁ ୧୪ ବର୍ଷର ପିଲାମାନଙ୍କୁ ଟିକାକରଣ କରାଯିବ । ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି , ବର୍ତ୍ତମାନ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ବୁଷ୍ଟର ଡୋଜ୍ ନେଇପାରିବେ। ଏଥିପାଇଁ ଥିବା ନିୟମ ମଧ୍ୟ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ବୁଷ୍ଟର ଡୋଜ୍ ନେବା ପାଇଁ କେବଳ ଆଗଧାଡିର କର୍ମଚାରୀ ଏବଂ ଗୁରୁତର ରୋଗରେ ପୀଡ଼ିତ ବୟସ୍କମାନଙ୍କ ପାଇଁ ଅନୁମତି ଦିଆଯାଇଥିଲା ।






More Stories
ଟାଟା ସନ୍ସ ଅଧ୍ୟକ୍ଷ ପଦରୁ ଏନ୍. ଚନ୍ଦ୍ରଶେଖରନ୍ଙ୍କ ଇସ୍ତଫା…..
ଏଫସିଆରଏ ବିଲକୁ ଜେପିିସିକୁ ପଠାଇବା ପାଇଁ ପ୍ରସ୍ତାବ ଆଣିଲା କେନ୍ଦ୍ର…..
ସିରିଆର ପୂର୍ବତନ ରାଷ୍ଟ୍ରପତିଙ୍କୁ ଫାଶୀ ଦଣ୍ଡାଦେଶ;ପିଞ୍ଜରାରେ କୋର୍ଟ ଅଣାଗଲା!….