ରିପୋର୍ଟ କାର୍ଡ / ସମ୍ବଲପୁର
ଗିରଫ ହୋଇଛି ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାୟକଙ୍କ ହତ୍ୟାର ଅଭିଯୁକ୍ତ । ସ୍ଥାନୀୟ ପୋଲିସ ତାଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାଁ ପ୍ରବୀଣ ଧରୁଆ। ଗିରଫ ପ୍ରବୀଣଙ୍କ ଘର ଲଇକେରା ବ୍ଲକ କୁଅଁରମାଲରେ। ଧ୍ରୁବରାଜଙ୍କ ପୋଖରୀରେ ମାଛ ଚାଷକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି । ଗତକାଲି ଧ୍ରୁବରାଜ ନାୟକଙ୍କୁ ନୃଶଂସ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ପ୍ରବୀଣ । ସୂଚନା ଅନୁସାରେ, ପ୍ରଫେସର ଧ୍ରୁବରାଜ ନାୟକ ଝାରସୁଗୁଡ଼ା ଲଇକେରା ଥାନା କୁଅଁରମାଲ ସରଗିଗୁଡ଼ା ସ୍ଥିତ ତାଙ୍କ ଘରେ ଥିଲେ। ହଠାତ୍ ପ୍ରବୀଣ ଟାଙ୍ଗିଆ ନେଇ ତାଙ୍କ ବେଡ୍ରୁମକୁ ପଶି ଆସିଥିଲା। ଅଭିଯୁକ୍ତ ଧ୍ରୁବରାଜଙ୍କୁ ଶହେ ଟଙ୍କା ଦେବାକୁ ଦାବି କରିଥିଲା । ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ହଠାତ ଅଭିଯୁକ୍ତ ଜଣକ ପ୍ରଫେସର ଧ୍ରୁବରାଜଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା। ମୃତ ଧ୍ରୁବରାଜଙ୍କ ଭାଇ ଦେଇଥିବା ସୂଚନା ଅନୁସାରେ, ତାଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ଝାରସୁଗୁଡ଼ାର ଏକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଲଇକେରା ଥାନା ପୋଲିସ ଅଭିଯୁକ୍ତ ପ୍ରବୀଣଙ୍କୁ ଗତକାଲି ଧରି ଥାନାରେ ଅଟକ ରଖିଥିଲା। ଜେରା ପରେ ତାକୁ ଗିରଫ କରିଛି।






More Stories
ବଦଳିଲେ ଆଇଆଇସି,୪ ପୋଲିସ ସସ୍ପେଣ୍ଡ୍…..
ବାଲିଅନ୍ତା ହତ୍ୟା ଘଟଣାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ…..
ପୋଲିସ ସାମ୍ନାରେ ଯୁବକଙ୍କୁ ପିଟିପିଟି ମାରିଦେଲେ…..