ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତିର ମହାବିଜୟ ପରେ ସରକାର ଗଠନ ନେଇ ଲାଗି ରହିଛି ସସପେନ୍ସ । ଏହାରି ମଧ୍ୟରେ ଆଉ ଏକ ଟ୍ୱିଷ୍ଟ ଦେଖିବାକୁ ମିଳିଛି। ମନ୍ତ୍ରୀପଦ ବଣ୍ଟନ ନେଇ ଆଜି ମହାୟୁତି ମହାମେଣ୍ଟର ଜରୁରୀ ବୈଠକ ବସିବାର ଥିଲା, ମାତ୍ର ଏହା ପୂର୍ବରୁ ଗାଁକୁ ପଳାଇଛନ୍ତି ଏକନାଥ ସିନ୍ଦେ। ଗତକାଲି ତିନି ଦଳର ପ୍ରମୁଖ ନେତା ବିଜେପିର ଦେବେନ୍ଦ୍ର ଫଡନାଭିସ୍, ଶିବସେନାର ଏକନାଥ ସିନ୍ଦେ ଏବଂ ଏନସିପିର ଅଜିତ ପାୱାର ଦିଲ୍ଲୀରେ ଅମିତ ଶାହ ଏବଂ ଜେପି ନଡ୍ଡାଙ୍କୁ ଭେଟିବା ପରେ ମୁମ୍ବାଇ ଫେରିଥିଲେ। ସେଠାରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ପଦ ବଣ୍ଟନ ନେଇ ଆଲୋଚନା ହୋଇଥିଲା। ଆଜି ମୁମ୍ବାଇରେ ମନ୍ତ୍ରୀ ପଦ ବଣ୍ଟନ ନେଇ ମେଣ୍ଟ ଦଳର ଜରୁରୀ ବୈଠକ ବସିବାର ଥିଲା। ମାତ୍ର ଏହାପୂର୍ବରୁ ଅଚାନକ ସତରା ଜିଲ୍ଲାର ନିଜ ଗାଁକୁ ପଳାଇଛନ୍ତି ଏକନାଥ ସିନ୍ଦେ। ଫଳରେ ମହାୟୁତି ବୈଠକ ବାତିଲ୍ ହୋଇଯାଇଛି। ପୂର୍ବ ସରକାରରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଥିବାବେଳେ ଦେବେନ୍ଦ୍ର ଫଡନାଭିସ ଓ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଥିଲେ। କିନ୍ତୁ ଚଳିତ ନିର୍ବାଚନରେ ବିଜେପି ଅଧିକ ଆସନ ପାଇଥିବାରୁ ଫଡନାଭିସ ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଛି। ମାତ୍ର ଏପର୍ଯ୍ୟନ୍ତ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ଚେହେରା ନେଇ କୌଣସି ସରକାରୀ ଘୋଷଣା କରାଯାଇ ନାହିଁ।
More Stories
ଶ୍ରୀମନ୍ଦିରରେ ହେବନି ଧାଡି ଦର୍ଶନ ଟ୍ରାଏଲ୍ ରନ୍…..
ଆତଙ୍କବାଦୀ ମାସୁଦ ଆଝାରକୁ ହୃଦଘାତ….
ଇମିଗ୍ରେସନ ନିୟମରେ ପରିବର୍ତ୍ତନ କଲା କାନାଡା, ଭାରତୀୟଙ୍କ ପାଇଁ ଅଡୁଆ…..