Report Card Odisha

| Daily Odia News

ଥିଁକେର୍ସ କ୍ଲବର ଷଷ୍ଠତମ ଓବିନIର:ବାତ୍ୟା ଅଂଚଳରେ ଦୁର୍ବିପାକ ମୁକାବିଲା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର (ଶ୍ରୀ ବରଦା ପ୍ରସନ୍ନ ଦାସ)

ଟ୍ୱଇଁ ସିଟିର ଥିଁକେର୍ସ କ୍ଲବ ତରଫରୁ ଷଷ୍ଠତମ ଓବିନIର ଅନଲାଇନ ବାତ୍ୟା ଅଂଚଳରେ ଦୁର୍ବିପାକ ମୁକାବିଲା ଉପରେ ରବିବାର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା I ଏଥିରେ କ୍ଲୁବର ସଭାପତି ଶ୍ରୀ ବରଦା ପ୍ରସନ୍ନ ଦାସ, ଅବସର ପ୍ରାପ୍ତ ଅତିରିକ୍ତ ନିର୍ଦେଶକ ବାତ୍ୟାର ବିଷୟରେ ସାମିୟକ ସୂଚନା ଦେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ | ଡ଼.ଇଂ.ନନ୍ଦ ନନ୍ଦନ ଦାସ ଅରିଜିନାଲ ଥିଁକେର ଓ ପୂର୍ବତନ ଶାସନ ସଚିବ ପୂର୍ତ୍ତଙ୍କୁ ଏ ବିଷୟରେ ବିଶଦ ଭାବେ ବର୍ଣ୍ଣନା କରିବାକୁ ଆହ୍ୱାନ କରିଥିଲେ | ଡ଼.ନନ୍ଦ ନନ୍ଦନ ଦାସ ମହା ବାତ୍ୟାରେ କଚ୍ଚା ଘର ଭାଙ୍ଗେ, ଗଛ ପଡି ରାସ୍ତା ଆବୋରଧ କରେ, ଇଲେକ୍ଟ୍ରିକ, ପାଣି ଯୋଗାଣ, କେବୁଲ ଟିଭି, ଚାଷ, ଜୀବନ ହାନି ଇତ୍ୟାଦି ହୁଏ ବୋଲି ଦର୍ଶାଇ ଥିଲେ I ମହାବାତ୍ୟାରେ ପ୍ରବଳ ବର୍ଷା ହେତୁ ବନ୍ୟା ହେବI ସହିତ ସମୁଦ୍ର ମଧ୍ୟ ମାଡିଆସେ I ସେ ଘର ଜଳପତନ ଠାରୁ ଉଚ୍ଚରେ କରିବା ଓ ଗୃହ ପାଳିତ ପଶୁ ମାନଙ୍କୁ ସୁବିଧାରେ ରଖିବା ପାଇଁ ସଠିକ ପ୍ରସ୍ତାବ ଦେଇ ଥିଲେ I ସେହିପରି ବାତ୍ୟା ଅଂଚଳରେ ଛୋଟ ଗଛ ଲଗାଇବା, ଫୋନ, କେବୁଲ, ପାଣି ଲାଇନ ଇତ୍ୟାଦି ମାଟିତଳେ ନେବା, ଟିଭି ଟାୱାର ପବନ ଗତିରୁ ତିନିଗୁଣା ଭାବେ ଡ଼ିଯାଇନ କରିବା, ଚାଷୀଙ୍କର ପାଇଁ ଚାଷ ଇନସୁରେନ୍ସ କରବା, ରାସ୍ତା ଉଚ୍ଚ କରିବା, ସମୁଦ୍ର ପଟ ରାସ୍ତା ବିତ୍ପତି ସମୟର ପାଣି ପତନ ଠାରୁ ଉଚ୍ଚ କରିବାକୁ ସଠିକ ପରାମର୍ଶ ଦେଇ ଥିଲେ I ସେ ଦର୍ଶାଇ ଥିଲେ ଯେ ଏ ସବୁ ଠିକ ଭାବେ କଲେ, ବାତ୍ୟା ସମୟରେ ଏହା ପର୍ଯ୍ୟଟକ ସ୍ତଳୀ ମଧ୍ୟ ହୋଇ ପାରିବ I ଏହା ପ୍ରତି ସରକାର ଦୃଷ୍ଟି ଦେଲେ ଏହା ସମ୍ଭବ I ଡ. ନନ୍ଦ ନନ୍ଦନ ଦାସ ଏପରି ପ୍ରସ୍ତାବ ପିପୁଲ୍ସ welfare ସଜେସନ ଫୋରମର ଚିଠି ନ ୩୬୦/ ୧୦.୦୬.୨୦୧୧ ଏସ ଆର ସିଙ୍କୁ (Email) ପଠାଇ ଥିବା ଦର୍ଶାଇ ଥିଲେ I ଉପସ୍ଥିତ ବ୍ୟତିମାନେ ଏପରି ପ୍ରସ୍ତାବର ବହୁତ ପ୍ରଶଂସା କରିଥିଲେ I ଇଂ ବିଭୁଦତ୍ତ ମହାନ୍ତି ଓ ଇଂ ଶ୍ରୀନନ୍ଦନ ଦାସ ଯାନ୍ତ୍ରିକ ସହଯୋଗ କରିଥିଲେ I ଏ ସମାଲୋଚନାରେ ସରୋଜ କୁମାର ପଟନାଏକ, ଲଳିତ ପଟନାଏକ, ପ୍ରଫୁଲ ଦାସ, ଇଂ ସୀତାରାମ ବେହେରା, ପାଣ୍ଡବ ବେହେରା, ଡ. ନଗେନ୍ଦ୍ର ନାଥ ମିଶ୍ର, ଅନୁପମ ବୋଷ, ଇଂ ଜଗବନ୍ଧୁ ସରଙ୍ଗୀ, ରାଜ ନନ୍ଦନ ଦାସ, ଅମୀର ପ୍ରସାଦ ସାହୁ, ଡ. ସଚି ନନ୍ଦନ ଦାସ, ଧ୍ରୁବ ରାଏ, ଅନିତା ଦାସ, ହିତେଶ ମହାପାତ୍ର, ପୁର୍ଣିମା ମିତ୍ର ଦାସ, ପୁଲିନ ମହାପାତ୍ର, ଜପମାଲା ଦାସ, ମମତା ମଞ୍ଜରୀ, ନିମାଇଁ ଚରଣ ସ୍ୱାଇଁ, ସାଧନା ପତ୍ରୀ, ଉମା ଶଙ୍କର ସାହୁ, ଚୀନମୟ ମହାନ୍ତି, ଦଳି ରାଣୀ ବ୍ରହ୍ମା, ବାଣୀଭୁଷଣ ପ୍ରହରାଜ, ବିଭୁ ବୈଭବ କର, ବିନୋଦ ଚନ୍ଦ୍ର ମିଶ୍ର, ବିପିନ ପଣ୍ଡା, ପରି ବହୁ ବିଶିଷ୍ଟ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ I

Breaking News