ରିପୋର୍ଟ କାର୍ଡ / ଭୁବନେଶ୍ୱର
ଜାନୁଆରୀ ୩ ତାରିଖ ଅର୍ଥାତ ଆଜିଠାରୁ ରାଜ୍ୟରେ ୧୫ରୁ ୧୮ ବର୍ଷ ବୟସ ବର୍ଗଙ୍କ ନିମନ୍ତେ କୋଭିଡ ଟିକାକରଣ ଆରମ୍ଭ ହୋଇଛି । ରାଜ୍ୟରେ ଏଥିପାଇଁ ୯୩୯ଟି ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ର ଖୋଲାଯାଇଛି। ଏହି ବୟସ ବର୍ଗଙ୍କୁ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକା ଦିଆଯାଉଥିବା ଜଣାଯାଇଛି। ସେମାନଙ୍କ ପାଇଁ ଜାନୁଆରୀ ୧ ତାରିଖରୁ ଅନ୍ଲାଇନରେ ପଞ୍ଜିକରଣ ଆରମ୍ଭ ହୋଇଛି। ପ୍ରଥମ ପାନ ଟିକା ନେବାର ୧୮ରୁ ୪୦ ଦିନ ମଧ୍ୟରେ ସେମାନେ ଦ୍ୱିତୀୟ ପାନ ଟିକା ନେଇପାରିବେ। ଏହି ବୟସ ବର୍ଗର କିଶୋରମାନଙ୍କର ଟିକାକରଣ ଏକମାସ ମଧ୍ୟରେ ଶେଷ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହାଦ୍ୱାରା ରାଜ୍ୟର ପ୍ରାୟ ୨୩ ଲକ୍ଷ ପିଲା ଉପକୃତ ହୋଇପାରିବେ। କୋଭିଡର ତୃତୀୟ ଲହର ଆରମ୍ଭ ହୋଇଥିବା ପରିପ୍ରେକ୍ଷୀରେ ସରକାର ରାଜ୍ୟରେ ଟିକାକରଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସମ୍ମୁଖ ଭାଗ ଯୋଦ୍ଧା ଏବଂ ୬୦ ବର୍ଷରୁ ଅଧିକ ବୟସର ଅନ୍ୟ ଜଟିଳ ରୋଗାକ୍ରାନ୍ତ ବ୍ୟକ୍ତିଙ୍କୁ ବୁଷ୍ଟର ଟିକା ଦେବାକୁ ମଧ୍ୟ ସରକାରୀ ସ୍ତରରେ ପଦକ୍ଷେପ ନିଆଯାଉଥିବା ଜଣାଯାଇଛି।
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
ଭିଜିଲାନ୍ସ ଜାଲରେ ଏଏସଆଇ……