ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆସନ ଚିନ୍ତା । ଆଉ ମାତ୍ର ମାସ କେଇଟା ପରେ ମମତାଙ୍କ ୬ ମାସିଆ କାର୍ଯ୍ୟକାଳ ପୂରଣ ହେବାକୁ ଯାଉଛି । ଏପଟେ କରୋନା ପାଇଁ ଉପନିର୍ବାଚନ ହେବ କି ନାହିଁ ତାକୁ ନେଇ ଚିନ୍ତାରେ ମମତା । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପ ନିର୍ବାଚନ କରାଇବାକୁ ନିର୍ବାଚନ ଆୟୋଗଙ୍କୁ କହିଛନ୍ତି । ଗଣମାଧ୍ୟମକୁ ବିବୃତି ଦେଇ ଦିଦି କହିଛନ୍ତି, ‘ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ହାର ଆୟତରେ ଅଛି । ଲୋକମାନଙ୍କୁ ନିଜ ଭୋଟ ଦେବାର ଅଧିକାର ରହିଛି । ସେଥିପାଇଁ ନିର୍ବାଚନ କମିସନରଙ୍କୁ ଉପ ନିର୍ବାଚନ ପାଇଁ ଘୋଷଣା କରିବା ଆବଶ୍ୟକ । ଲୋକମାନଙ୍କ ଗଣତାନ୍ତ୍ରିକ ଅଧିକାରକୁ ବଞ୍ଚିତ କରିବା ଉଚିତ ନୁହେଁ ।’ ସୂଚନାଯୋଗ୍ୟ ଯେ, ମମତା ବାନାର୍ଜୀ ନନ୍ଦିଗ୍ରାମ ଆସନରୁ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ବିରୁଦ୍ଧରେ ନିର୍ବାଚନ ଲଢିଥିଲେ । ଫଳାଫଳ ଆଶ୍ଚର୍ଯ୍ୟାନ୍ବିତ ଭାବେ ଶୁଭେନ୍ଧୁ ଅଧିକାରୀଙ୍କ ପଟକୁ ଯାଇଥିଲା । ଦିଦିଙ୍କୁ ପ୍ରଥମ ଥର ପାଇଁ ହରାଇଥିଲେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ । ପରାଜୟ ପରେ ମଧ୍ୟ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏଭଳି ପରିସ୍ଥିତିରେ ନିୟମ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ହେବାର ୬ ମାସ ମଧ୍ୟରେ ଉପ ନିର୍ବାଚନ କରାଯାଇ ଲୋକମାନଙ୍କ ଦ୍ବାରା ପୁନଶ୍ଚ ନେତା ଚୟନ ହେବା କଥା ।
More Stories
ଶିଶୁ ଜଳିଯିବା ଘଟଣା; କ୍ଷତିପୂରଣ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ….
ପାରାଦୀପ ପ୍ରଗତିର ମୁଖଶାଳା:ମୁଖ୍ୟମନ୍ତ୍ରୀ…..
୨୧ରୁ ଖରିଫ ଧାନ କିଣା ଆରମ୍ଭ…..