Report Card Odisha

| Daily Odia News

ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଇଲାକାରେ ଜଣେ ନାବାଳିକାଙ୍କୁ ଅପହରଣ କରିନେଇ ଦୁଷ୍କର୍ମ କରିବା  ଅଭିଯୋଗରେ ଗୋଳନ୍ଥରା ପୁଲିସ ଅଭିଯୁକ୍ତ ଯୁବକକୁ ଆଜି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣଙ୍କ ଗୋପାଳପୁର ଥାନା ଅଞ୍ଚଳର ଶିବ ରଞ୍ଜନ ଦାସ ବୋଲି ପୁଲିସ କହିଛି।

ପୁଲିସ ସୂଚନା ଅନୁଯାୟୀ, ଶିବ ରଞ୍ଜନ ଗୋଳନ୍ଥରା ଥାନା ଅଞ୍ଚଳର ଜଣେ ୧୪ ବର୍ଷୀୟା ନାବାଳିକାଙ୍କୁ ଗତ ୨୫ ତାରିଖରେ ଗାଁ ମୁଣ୍ଡକୁ ଫୋନ୍‌ କରି ଡକାଇଥିଲା। ସେଠାରୁ ଶିବ ରଞ୍ଜନ ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଅପହରଣ କରିନେଇଥିଲା। ଝିଅ ସନ୍ଧ୍ୟା ଯାଏଁ ଘରକୁ ନ ଫେରିବାରୁ ନାବାଳିକାର ବାପା ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଏ ନେଇ ଥାନାରେ ପୁଲିସ ଏକ ମାମଲା (୫୦/୨୧) ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି କୌଣସି ସୂତ୍ରରୁ ଖବର ପାଇ ପୁଲିସ ଗୋପାଳପୁରରେ ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ କରିବା ଗିରଫ କରିବା ସହ ନାବାଳିକାକୁ ଉଦ୍ଧାର କରିଥିଲା। ଶିବ ରଞ୍ଜନ ନାବାଳିକାଙ୍କୁ ବିଭିନ୍ନ ଧମକଚମକ ଦେଇ ଦୁଷ୍କର୍ମ କରିଥିବା ନାବାଳିକା ଜଣକ ପୁଲିସ ନିକଟରେ କହିଛନ୍ତି।

ପୁଲିସ ପକ୍ଷରୁ ଉଭୟଙ୍କର ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଡାକ୍ତରୀ ମାଇନା କରାଯିବା ପରେ ରବିବାର ବିଚାରପତିଙ୍କ ସମ୍ମୁଖରେ ୧୬୪ ଧାରା ଅନୁସାରେ ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଥିଲା। ପୁଲିସ ଶିବ ରଞ୍ଜନଙ୍କୁ ଗିରଫ କରି ପୋକ୍‌ସୋ କୋର୍ଟରେ ହାଜର କରିଥିବା ନେଇ ଗୋଳନ୍ଥରା ଥାନାଧିକାରୀ ବାବୁଲି ନାୟକ ସୂଚନା ଦେଇଛନ୍ତି।

Breaking News