Report Card Odisha

| Daily Odia News

ଓଡ଼ିଶାରେ ପ୍ରଥମ ଥର ହେବ ଡବଲ ଇଞ୍ଜିନ ସରକାର…..

ରିପୋର୍ଟ କାର୍ଡ / ନବରଙ୍ଗପୁର

ଗଞ୍ଜାମ ପରେ ନବରଙ୍ଗପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସଭାକୁ ସମ୍ବୋଧନ କରି ବିଜେଡିକୁ ଶାଣିତ ଆକ୍ରମଣ କରିଛନ୍ତି । ଏଥର ଓଡ଼ିଶାରେ ବିଜେଡି ଯିବ ଓ ବିଜେପି ଆସିବ ବୋଲି ମୋଦି କହିଥିବା ବେଳେ ପ୍ରଥମ ଥର ରାଜ୍ୟରେ ଡବଲ ଇଂଜିନ ସରକାର ହେବ ବୋଲି ଦୃଢ଼ତାର ସହ କହିଛନ୍ତି । ମୋଦି କହିଛନ୍ତି, ଓଡ଼ିଶାର ପୁଅ କିମ୍ବା ଝିଅ ମୁଖ୍ୟମନ୍ତ୍ରୀ ହେବେ । କୌଣସି ବାହାର ଲୋକ ଏଠାରେ ମୁଖ୍ୟମନ୍ତ୍ରୀ ହେବେନି। ଓଡ଼ିଶାର ସଂସ୍କୃତିକୁ ଯିଏ ମଥାରେ ଧାରଣ କରିବେ, ସେ ହେବେ ମୁଖ୍ୟମନ୍ତ୍ରୀ। ଯିଏ ଓଡ଼ିଶା ଲୋକଙ୍କୁ ଜାଣିଥିବେ, ବୁଝିଥିବେ, ସେ ହିଁ ଏହି ପଦରେ ବସିବେ। ଓଡ଼ିଶାରେ ଏଥର ଡବଲ ଇଂଜିନ ସରକାର ହେବ। ବିଧାନସଭାରେ ବିଜେପିକୁ ବମ୍ପର ବିଜୟ ମିଳିବ। ବିଜେପିର ବିଜୟରେ ଓଡ଼ିଶାକୁ ନୂଆ ଶକ୍ତି ଓ ନୂଆ ନେତୃତ୍ୱ ମିଳିବ। ଜୁନ୍‌ ୪ରେ ବିଜେଡି ସରକାର ଏକ୍ସପାରୀ ହେବ ଓ ୧୦ ତାରିଖରେ ବିଜେପିର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ। ଫଳରେ ଡବଲ ଇଂଜିନ ସରକାର ଓଡ଼ିଶା ବିକାଶକୁ ନୂଆ ଗତି ଦେବ। ଓଡ଼ିଶାର ସମସ୍ତ ୨୧ ଲୋକସଭା ସିଟ୍‌ରେ ବି ଏଥର ପଦ୍ମ ଫୁଟିବ ବୋଲି କହିଛନ୍ତି ମୋଦି। ସେ ଆହୁରି କହିଛନ୍ତି ଯେ ଆଦିବାସୀଙ୍କ ବିକାଶ ଲାଗି ବଜେଟକୁ ୪ଗୁଣା ବୃଦ୍ଧି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହୁରି କହିଛନ୍ତି, ବିଜେଡି ସରକାର ଘୋଟାଲାରେ ମାହିର। ଓଡ଼ିଶାରେ କୃଷକ କଷ୍ଟରେ ଅଛନ୍ତି। ୨୫ ବର୍ଷର ବିଜେଡି ସରକାର କୃଷକମାନଙ୍କ ପାଇଁ କିଛି କରିନାହଁ। ବିଜେପିକୁ ଥରେ ସୁଯୋଗ ଦିଅନ୍ତୁ, ଓଡ଼ିଶାକୁ ଆମେ ନମ୍ବର ୱାନ୍ କରିବୁ। ଓଡ଼ିଶାର ବିକାଶ ନିଶ୍ଚୟ ହେବ। ମୋଦୀ ସରକାର ଆଦିବାସୀଙ୍କ ବିକାଶଲାଗି ବହୁ ଯୋଜନା କରିଛନ୍ତି। ବିଜେପି ଓଡ଼ିଶାରେ ସରକାର ଗଢ଼ିଲେ ଧାନ ୩୧ଶହ ଟଙ୍କାରେ କିଣାଯିବ। ଠିକ୍ ସେହିପରି ବିଜେପି ସରକାର ଆସିଲେ ଧାନ, ମକା ଓ କପା ଚାଷୀଙ୍କ ଅସୁବିଧା ଦୂର ହେବ। ଏହା ମୋଦୀର ଗ୍ୟ‌ାରେଣ୍ଟି। ଏଠାକାର ଯୁବକଙ୍କୁ ରୋଜଗାର ପାଇଁ ବାହାରକୁ ଯିବାକୁ ପଡ଼ୁଛି। ବିଜେଡି ୨୫ ବର୍ଷ ଭିତରେ ଆପଣଙ୍କ ଅସୁବିଧା ଦୂର କରିନି। ଯିଏ ଆପଣଙ୍କ ପାଇଁ କିଛି କରିନି, ସେ କାହିଁକି ରହିବ ?

 

Breaking News