Report Card Odisha

| Daily Odia News

ପ୍ରକାଶ ପାଇଲା ଆଇସିଏସଇ ଦଶମ-ଦ୍ଵାଦଶ ରେଜଲ୍ଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପ୍ରକାଶ ପାଇଲା ଆଇସିଏସଇ ଦ୍ଵାଦଶ ଏବଂ ଦଶମ ରେଜଲ୍ଟ। ଓଡିଶାର ଆଇସିଏସସି ଦଶମରେ ପାସ୍ ହାର ରହିଛି ୯୯.୦୮ ପ୍ରତିଶତ। ପୁଅମାନଙ୍କ ଅପେକ୍ଷା ଝିଅଙ୍କର ପାସ୍ ହାର ଏଥର ଅଧିକ ରହିଛି। ସେହିପରି ଆଇଏସସି ଦ୍ଵାଦଶରେ ପାସ୍ ହାର ରହିଛି ୯୮.୯ ପ୍ରତିଶତ। ୧ ହଜାର ୭୩୬ ଜଣ ପରୀକ୍ଷା ଦେଇଥିବାବେଳେ ଫେଲ ହୋଇଛନ୍ତି ମାତ୍ର ୧୯ଜଣ। ଏଥିରେ ଝିଅଙ୍କ ପାସ୍ ହାର୍ ୯୮.୯୫ ପ୍ରତିଶତ ଥିବାବେଳେ ପୁଅଙ୍କ ପାସ୍ ହାର ୯୮. ୮୫ ପ୍ରତିଶତ ରହିଛି। cisce.org ଏବଂ results.cisce.org ଓ୍ବେବସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ରହିଛି। ଯଦି ରେଜଲ୍ଟରେ କୌଣସି ପ୍ରକାର ତୃଟି ଥାଏ ତେବେ ରିଚେକିଂ ଏବଂ ରିଭାଲୁଏଶନ ପାଇଁ ଆବେଦନ କରିପାରିବେ । ରିଚେକିଂ ପାଇଁ ଗୋଟିଏ ବିଷୟ ପେପର ପାଇଁ ୧ ହଜାର ଟଙ୍କା ଥିବା ବେଳେ ରିଭାଲୁଏଶନ ପାଇଁ ୧୫୦୦ ଟଙ୍କା ରହିଛି । ରେଜଲ୍ଟ ପ୍ରକାଶ ପାଇବା ପରଠାରୁ ୧୦ ତାରିଖ ମଧ୍ୟରେ ଛାତ୍ରୀଛାତ୍ର ରିଚେକିଂ ପାଇଁ ଆବେଦନ କରିପାରିବେ ।ଏହାପରେ ଏକ ମାସ ମଧ୍ୟରେ ରିଚେକିଂର ରେଜଲ୍ଟ ବାହାର କରାଯିବ।

Breaking News