ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜେଡି ଛାଡ଼ି ଆଜି ବିଜେପିରେ ସାମିଲ ହୋଇଛନ୍ତି କଳାହାଣ୍ଡି ଜିଲ୍ଲାର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଧନେଶ୍ୱର ମାଝୀ। ନର୍ଲା ବିଧାନସଭାରୁ ୫ଥର ନିର୍ବାଚିତ ଶ୍ରୀ ମାଝୀ ଆଜି ନିଜର ବହୁ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି। ଶ୍ରୀ ମାଝୀ ରାଜ୍ୟସଭାର ପୂର୍ବତନ ସାଂସଦ ମଧ୍ୟ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଶ୍ରୀ ମାଝୀଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ସ୍ୱାଗତ କରିଥିଲେ| ଶ୍ରୀ ମାଝୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇ ଚାଲିଛି। ମୋଦି ସରକାର ଏବଂ ମୋଦି ଗ୍ୟାରେଂଟି ଉପରେ ଓଡ଼ିଶାବାସୀଙ୍କ ଆସ୍ଥା ବୃଦ୍ଧି ପାଇ ଚାଲିଛି। ରାଜ୍ୟର ବିକାଶରେ ବଡ ବାଧକ ସାଜିଛି ବିଜେଡି। ବିଜେଡିରେ ଗଣତନ୍ତ୍ର ସଂପୂର୍ଣ୍ଣ ଧ୍ୱଂସ ପାଇଛି ବୋଲି ଶ୍ରୀ ମାଝୀ କହିଛନ୍ତି। ଏହି ମିଶ୍ରଣ ପର୍ବରେ ବିଜେପି ନେତ୍ରୀ ସୁରମା ପାଢ଼ୀ, ବିରଂଚି ନାରାୟଣ ତ୍ରିପାଠୀ, ସରୋଜ କର, ସୁଜିତ୍ କୁମାର ଦାସ, ଆଜାଦ୍ ହିନ୍ଦ୍ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।






More Stories
ଅଥର୍ବ ବେଦରେ ଲୋକଙ୍କ ହିତ ପାଇଁ ମନ୍ତ୍ର ଚିକିତ୍ସା ଆଲୋଚନା…..
ପ୍ଲାଟିନମ୍ ଉପାଦାନ ଉତ୍ତୋଳନ ସଫଳ…..
ରୁପା ଆମଦାନୀ ଉପରେ କଟକଣା……