ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା ୧୦ ତାରିଖରେ ଭୁବନେଶ୍ଵରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ଼ ସୋ। ସନ୍ଧ୍ୟା ୬ ଟା ସମୟରେ ଭୁବନେଶ୍ଵରରେ ରୋଡ ସୋ କରିବେ ନରେନ୍ଦ୍ର ମୋଦୀ। ମାଷ୍ଟର କ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ଏହି ରୋଡ ସୋ ହେବ। ଏହି ରୋଡ ସୋରେ ଯୋଗ ଦେବାକୁ ବିଜେପିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଅଡିଓ ବାର୍ତ୍ତା ଦ୍ୱାରା ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଉକ୍ତ ଦିନ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାତ୍ରୀଯାପନ କରିବେ। ଏହାପରେ ୧୧ ତାରିଖରେ ସେ ବଲାଙ୍ଗୀରରେ ଆୟୋଜିତ ହେବାକୁ ଥିବା ଏକ ନିର୍ବାଚନୀ ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।






More Stories
ପଥର ଖୋଲରୁ ନାବାଳକ ଉଦ୍ଧାର…..
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ…..
ଜନଗଣନା ଡ୍ୟୁଟି କରିବେ ଘରୋଇ ସ୍କୁଲ ଶିକ୍ଷକ…..