ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତାକାଲିଠାରୁ ୧୦୮ତମ ଭାରତୀୟ ବିଜ୍ଞାନ କଂଗ୍ରେସ ଆରମ୍ଭ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭାରତୀୟ ବିଜ୍ଞାନ କଂଗ୍ରେସକୁ ସମ୍ବୋଧିତ କରିବେ। ମହାରାଷ୍ଟ୍ରର ରାଷ୍ଟ୍ରସନ୍ଥ ତୁକାଡୋଜୀ ମହାରାଜ ନାଗପୁର ବିଶ୍ବବିଦ୍ୟାଳୟରେ ଜାନୁଆରୀ ୩ ରୁ ୭ ତାରିଖ ପର୍ଯ୍ୟନ୍ତ ଭାରତୀୟ ବିଜ୍ଞାନ କଂଗ୍ରେସ ଆୟୋଜିତ ହେଉଛି। ଚଳିତ ବର୍ଷ ଭାରତୀୟ ବିଜ୍ଞାନ କଂଗ୍ରେସର ଥିମ୍ ବା ମୁଖ୍ୟ ପ୍ରସଙ୍ଗ ହେଉଛି ‘ମହିଳା ସଶକ୍ତୀକରଣ ସହିତ ନିରନ୍ତର ବିକାଶ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା’। ସ୍ଥାୟୀ ବିକାଶ, ମହିଳା ସଶକ୍ତିକରଣ ଏବଂ ଏହା ହାସଲ କରିବାରେ ବିଜ୍ଞାନ ଏବଂ ବୈଷୟିକ ଜ୍ଞାନର ଭୂମିକା ଉପରେ ଆଲୋଚନା ହେବ।






More Stories
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..
ମମତାଙ୍କୁ ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି…..
ଇରାନ ଉପରେ ଆକ୍ରମଣ…..