ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ଏମ୍ସରୁ ଗିରଫ ହୋଇଛନ୍ତି ୧୨ ଦଲାଲ୍ । ତେବେ ଟିକେଟ୍ ଦଲାଲି ଅଭିଯୋଗରେ ସେମାନଙ୍କୁ ଉଠାଇ ଆଣିଛି ପୋଲିସ । ଡାକ୍ତରଙ୍କ ପରାମର୍ଶ ପାଇଁ ଟିକେଟ୍ ବ୍ଲକରେ ବିକ୍ରି କରୁଥିଲେ । ମାଗଣା ସେବା ସ୍ଥାନରେ ଟିକେଟ୍ ପାଇଁ ରୋଗୀମାନେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ଦଲାଲ ଆଗୁଆ ଟିକେଟ୍ କାଟି ରୋଗୀଙ୍କଠାରୁ ଟଙ୍କା ନେଉଥିଲେ । ସେମାନେ ପ୍ରାୟ ୪ରୁ ୫ ହଜାର ଟଙ୍କାରେ ଟିକେଟ୍ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଖବର ପାଇ ଖଣ୍ଡଗିରି ଥାନା ପୋଲିସ ଚଢ଼ାଉ କରିଥିଲା । ୧୨ ଦଲାଲଙ୍କୁ ଧରିବା ପରେ ପୋଲିସ ତଦନ୍ତ ଚଳାଇଛି । ଆଗକୁ ଆହୁରି କିଛି ଦଲାଲ ଧରାପଡ଼ିବାର ସମ୍ଭାବନା ଥିବା ଜଣାପଡିଛି






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..