ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଏଏସ୍ ଅଫିସରସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ୧୩୯ଜଣ ଓଏଏସ୍ ଅଫିସର ଙ୍କୁ ବଦଳି କରାଯାଇଛି | ଅକ୍ଟୋବର ୧୪ତାରିଖ ଅପରାହ୍ନ ସୁଦ୍ଧା ସେମାନଙ୍କୁ ରିଲିଭ୍ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଗୁରୁବାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୧୩୯ଜଣ ଓଏଏସ ଅଫିସରଙ୍କୁ ବଦଳି କରାଯାଇ ସେମାନଙ୍କୁ ତୁରନ୍ତ ନିଜ ନୂତନ ସ୍ଥାନରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଅଫିସରମାନଙ୍କୁ ୧୪ତାରିଖ ଅପରାହ୍ନ ସୁଦ୍ଧା ରିଲିଭ୍ କରିବା ପାଇଁ କୁହାଯାଇଥିବାବେଳେ ଏଥିରେ ଅଧିକାଂଶ ବିଡିଓ ଓ ତହସିଲଦାର ଅଛନ୍ତି । ଜଗତସିଂହପୁର ଜିଲ୍ଲାରେ ଜେଏସଡବ୍ଲ୍ୟୁ ପ୍ରକଳ୍ପ ଓ କୋଷ୍ଟାଲ ହାଇୱେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ୩ଜଣ ଜମି ଅଧିଗ୍ରହଣ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି । ଭୁବନେଶ୍ୱରର ଅତିରିକ୍ତ ତହସିଲଦାର ତଥା ଓଏଏସ୍ ଚିତ୍ତରଞ୍ଜନ ପିଲାଇଙ୍କୁ ଡେପୁଟି ଜିଲ୍ଲାପାଳ(ଜମି ଅଧିଗ୍ରହଣ) ଭାବେ ଜଗତସିଂହପୁର ବଦଳି କରାଯାଇଛି । ସେହିପରି କୃଷ୍ଣପ୍ରସାଦର ଅତିରିକ୍ତ ତହସିଲଦାର ଶଶୀଭୂଷଣ ମିଶ୍ରଙ୍କୁ ଡେପୁଟି ଜିଲ୍ଲାପାଳ(ଜମି ଅଧିଗ୍ରହଣ) ଓ ଖଲ୍ଲିକୋଟ ସବରେଜିଷ୍ଟ୍ରାର ମହେଶ୍ୱର ବେହେରାଙ୍କୁ ଡେପୁଟି ଜିଲ୍ଲାପାଳ(ଜମି ଅଧିଗ୍ରହଣ) ଭାବେ ଜଗତସିଂହପୁର ବଦଳି ହୋଇଥିବା ଜଣାପଡ଼ିଛି ।






More Stories
ସୌମ୍ୟ ହତ୍ୟା ଘଟଣା ; ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ…..
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……
ଭାଜପା ଉପରୁ ଜନତାଙ୍କ ବିଶ୍ୱାସ ତୁଟିଛି,ଏଠାରୁ ପରିବର୍ତ୍ତନର ଆରମ୍ଭ :ଧର୍ମେନ୍ଦ୍ର….