ରିପୋର୍ଟ କାର୍ଡ / ପୁରୀ
ଆସନ୍ତା ୪ ତାରିଖରେ ପବିତ୍ର ଆଲୋକର ପର୍ବ ଦୀପାବଳି ଓ ପୟାଶ୍ରାଦ୍ଧ। ଚଳିତବର୍ଷ ମଧ୍ୟ ଏହି ଅବସରରେ ଶ୍ରୀମନ୍ଦିରର ସାଧାରଣ ଦର୍ଶନ ବନ୍ଦ ରହିବା ସହ ଶ୍ରୀମନ୍ଦିରରେ ୧୪୪ଧାରା ଜାରି ହେବ ବୋଲି ସୂଚନା ମିଳିଛି। ପରମ୍ପରା ଅନୁଯାୟୀ ଦୀପାବଳି ଦିନ ଭକ୍ତମାନେ ବଡବଡିଆ ଡାକିବା ପାଇଁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଏକତ୍ରିତ ହୋଇ କାଉଡିଆ କାଠ ଜାଳିଥାନ୍ତି। ତେବେ କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ସହିତ କାଉଡିଆ କାଠି ଜାଳିବାକୁ ବାରଣ କରାଯାଇଛି | ଏଥିସହ କାଳିପୂଜା ଅବସରରେ ୪ ଓ ୫ ତାରିଖରେ ବୀରଗୋବିନ୍ଦପୁରସ୍ଥିତ ଦକ୍ଷିଣକାଳୀ ପୀଠରେ ୧୪୪ଧାରା ଜାରି କରାଯିବ। ସୂଚନାଯୋଗ୍ୟ, ଆଜିଠୁ ପଶ୍ଚିମଦ୍ୱାର ଦେଇ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି ପୁରୀ ବାସିନ୍ଦା। ଏଥିପାଇଁ ସ୍ୱତନ୍ତ୍ର ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି। ଏହା ସହ ଦୁଇଟି କିଓସ୍କ କରାଯାଇଛି।






More Stories
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଘୋଷଣା…..
ସ୍ୱନକ୍ଷତ୍ର ଉତ୍ସବରେ ୬୬୨ବର୍ଗ କଲେଜ ସଂଘର ଶପଥ……
ପଞ୍ଚାୟତ ନିର୍ବାଚନକୁ ନେଇ ଆସିଲା ବଡ ସୂଚନା…..