ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସରକାରୀ କର୍ମଚାରୀମାନେ ୧୫ ବର୍ଷରୁ ଅଧିକ ପୁରୁଣା ଗାଡି ବ୍ୟବହାର କରିପାରିବେ ନାହିଁ। କେନ୍ଦ୍ର ସରକାର ଏନେଇ ବଡ ନିଷ୍ପତ୍ତି ନେଇଛନ୍ତି। ପ୍ରଦୂଷଣକୁ ହ୍ରାସ କରିବା ,ଯାତ୍ରୀଙ୍କ ସୁରକ୍ଷା ଏବଂ ଇନ୍ଧନ ଦକ୍ଷତାକୁ ସୁଦୃଢ ଼କରିବା ପାଇଁ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ଏକ ବିଜ୍ଞପ୍ତି ଜାରି କରି କହିଛି ଯେ, ଦେଶରେ ପ୍ରଦୂଷଣକୁ ହ୍ରାସ କରିବା ଏବଂ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆମେ ନିତି ଆୟୋଗ ଏବଂ ସଡକ ପରିବହନ ମନ୍ତ୍ରଣାଳୟର ପରାମର୍ଶ କ୍ରମେ ଏହି ନିଷ୍ପତ୍ତି ନେଇଛୁ।






More Stories
ରନୱେରେ ଫାଟିଲା ବିମାନର ଟାୟାର…..
ମୋଦିଙ୍କ ୩.୦ କ୍ୟାବିନେଟରେ ହୋଇପାରେ ବଡ଼ ଅଦଳବଦଳ!…..
ନେପାଳ ବନ୍ୟା;ମାଟିତଳୁ ଜୀବନ ଖୋଜା…..