ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏଣିକି ଗୁଜରାଟବାସୀଙ୍କୁ ପ୍ରତି ବର୍ଷ ମାଗଣାରେ ଦୁଇଟି ଲେଖାଏଁ ଏଲପିଜି ସିଲିଣ୍ଡର ମିଳିବ। ପ୍ରତି ଘର ପିଛା ଏହି ନିୟମ ଲାଗୁ ହେବ। ଆଗକୁ ଗୁଜରାଟ ବିଧାନସଭା ନିର୍ବାଚନ ଆସୁଥିବାରୁ ସରକାର ବଡ଼ ଘୋଷଣା କରିଛନ୍ତି। ଏ ସମ୍ପର୍କରେ ଗୁଜରାଟର ଶିକ୍ଷାମନ୍ତ୍ରୀ ଜିତୁ ବଘାନି ସୂଚନା ଦେଇଛନ୍ତି। ସରକାର ମାଗଣା ଗ୍ୟାସ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି। ମନ୍ତ୍ରୀ ଜିତୁ କହିଛନ୍ତି, ରାଜ୍ୟର ନାଗରିକ ଓ ଗୃହିଣୀ ୧୦୦୦ କୋଟିର ସହାୟତା ପାଇବେ। ଏନେଇ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରୁଛନ୍ତି। ଏହାସହ ରାଜ୍ୟ ସରକାର ପ୍ରତି ଘରକୁ ମାଗଣାରେ ବର୍ଷକୁ ୨ଟି ଲେଖାଏଁ ଏଲପିଜି ସିଲିଣ୍ଡର ଯୋଗାଇ ଦେବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….