ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏଣିକି ଗୁଜରାଟବାସୀଙ୍କୁ ପ୍ରତି ବର୍ଷ ମାଗଣାରେ ଦୁଇଟି ଲେଖାଏଁ ଏଲପିଜି ସିଲିଣ୍ଡର ମିଳିବ। ପ୍ରତି ଘର ପିଛା ଏହି ନିୟମ ଲାଗୁ ହେବ। ଆଗକୁ ଗୁଜରାଟ ବିଧାନସଭା ନିର୍ବାଚନ ଆସୁଥିବାରୁ ସରକାର ବଡ଼ ଘୋଷଣା କରିଛନ୍ତି। ଏ ସମ୍ପର୍କରେ ଗୁଜରାଟର ଶିକ୍ଷାମନ୍ତ୍ରୀ ଜିତୁ ବଘାନି ସୂଚନା ଦେଇଛନ୍ତି। ସରକାର ମାଗଣା ଗ୍ୟାସ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି। ମନ୍ତ୍ରୀ ଜିତୁ କହିଛନ୍ତି, ରାଜ୍ୟର ନାଗରିକ ଓ ଗୃହିଣୀ ୧୦୦୦ କୋଟିର ସହାୟତା ପାଇବେ। ଏନେଇ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରୁଛନ୍ତି। ଏହାସହ ରାଜ୍ୟ ସରକାର ପ୍ରତି ଘରକୁ ମାଗଣାରେ ବର୍ଷକୁ ୨ଟି ଲେଖାଏଁ ଏଲପିଜି ସିଲିଣ୍ଡର ଯୋଗାଇ ଦେବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି।
Discussion about this post