ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରରେ କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଦୁଇ ନାବାଳିକା ଗଣଦୁଷ୍କର୍ମରେ ଶିକାର ହୋଇଛନ୍ତି। ଏନେଇ ଜିଆର୍ପିରେ ଅଭିଯୋଗ ପରେ ଖୋଳତାଡ ଆରମ୍ଭ ହୋଇଛି। ଦୁଇ ପୀଡ଼ିତାଙ୍କ ବୟସ ୧୨ ଓ ୧୪ ବର୍ଷ। ପୀଡ଼ିତାଙ୍କ କହିବା ଅନୁସାରେ ସୋମବାର ସନ୍ଧ୍ୟା ବେଳେ ଦୁଇ ନାବାଳିକା ପଟିଆ ଷ୍ଟେସନ୍ ଯାଇଥିଲେ। ସେହି ସମୟରେ ପାଟିଆ ଅଞ୍ଚଳରୁ ଦୁଇ ଜଣ ଦୁର୍ବୃତ୍ତ ସେମାନଙ୍କୁ ଅପହରଣ କରିନେଇଥିଲେ। ଅପହରଣ ପରେ ଦୁଇ ଦୁର୍ବୃତ୍ତ ସେମାନଙ୍କୁ ପଟିଆ ଓଭରବ୍ରିଜ୍ ଉପରକୁ ନେଇ ଯାଇଥିଲେ। ପରେ ସେମାନଙ୍କ ହାତ ଗୋଡ଼ ବାନ୍ଧି ରାତି ସାରା ଗଣଦୁଷ୍କର୍ମ କରିଥିଲେ। ନାବାଳିକାମାନେ ଚିତ୍କାର କରିଥିଲେ ମଧ୍ୟ ସେମାନେ ତାଙ୍କୁ ଛାଡ଼ି ନଥିଲେ। ଏ ସମ୍ପର୍କରେ କାହାକୁ କହିଲେ ମାରିଦେବାକୁ ଧମକ ବି ଦେଇଥିଲେ। ଦୁଇ ପୀଡ଼ିତା ଆଜି ସକାଳେ ଘରକୁ ଫେରି ପରିବାର ଲୋକଙ୍କୁ ପୂରା ଘଟଣା ସମ୍ପର୍କରେ କହିଥିଲେ। ପରିବାର ଲୋକ ଏନେଇ ଚାଇଲ୍ଡଲାଇନ୍କୁ ଖବର ଦେଇବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ଚାଇଲଡଲାଇନ୍ କର୍ମକର୍ତ୍ତା ଏନେଇ ଭୁବନେଶ୍ୱର ଡିସିପି ଓ ଇନ୍ଫୋସିଟି ଥାନାକୁ ଖବର ଦେଇଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ଦୁଇ ପୀଡ଼ିତାଙ୍କଳ ବୟାନ ରେକର୍ଡ କରିଛି।
More Stories
ଚାଟାର୍ଡ ଏକାଉଣ୍ଟାଣ୍ଟ (ସିଏ) ପରୀକ୍ଷା ସ୍ଥଗିତ……
ଚାନ୍ଦିପୁରରେ ବସିବ ସୁରକ୍ଷା ବୈଠକ……
ଅପରେଶନ ସିନ୍ଦୂରର:ଭୁବନେଶ୍ୱରରୁ ବିମାନ ଉଡାଣ ବାତିଲ…..