ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଇସ୍ତଫା ଦାବିନେଇ ଆନ୍ଦୋଳନ କରୁଥିବା କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ବ୍ଲକର ନେତାମାନେ ସୋମବାର ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତିଙ୍କୁ ସାକ୍ଷାତ କରିବାର ଥିଲା । ଇଣ୍ଡିଆ ବ୍ଲକ ପକ୍ଷରୁ ଏ ନେଇ ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ ପ୍ରଧାନ ବିଚାରପତିଙ୍କଠାରୁ ସମୟ ମଗାଯାଇଥିଲା । ତେବେ ବିରୋଧୀ ନେତାଙ୍କ ଏହି ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି ପ୍ରଧାନ ବିଚାରପତି । ପ୍ରଧାନ ପିଚାରପତିଙ୍କ କାର୍ଯ୍ୟାଳୟରୁ ଏହି ନେତାମାନଙ୍କୁ ପଠାଯାଇଥିବା ଏକ ଇ-ମେଲ୍ ଜରିଆରେ କୁହାଯାଇଛି ଯେ, ଏହି ମାମଲାଟି ଯେହେତୁ ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି, ତେଣୁ ବିରୋଧୀ ନେତାମାନଙ୍କ ସହ ଏହି ପ୍ରସଙ୍ଗରେ ସାକ୍ଷାତ ଆଲୋଚନା ଆଇନତଃ ସମ୍ଭବନୁହେଁ । ଉଲ୍ଲେଖଯୋଗ୍ୟ ଯେ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜ୍ଜୁନ ଖଡ୍ଗେ ପ୍ରଧାନ ବିଚାରପତିଙ୍କୁ ପତ୍ର ଲେଖି ସୋମବାର ସାକ୍ଷାତ ପାଇଁ ଅନୁମତି ମାଗିଥିଲେ ।






More Stories
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….
ଅଟକ ନେତାଙ୍କୁ ଛାଡ଼ିବାକୁ ୱାଙ୍ଗଚୁକଙ୍କ ଚେତାବନୀ….
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..