ରିପୋର୍ଟ କାର୍ଡ / କଟକ
ଆଇପିଏଲ୍ ଖେଳାଳି ନିଲାମ ପାଇଁ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି। ଏଥିରେ ୨ ଜଣ ଓଡ଼ିଆ କ୍ରିକେଟରଙ୍କ ନାମ ରହିଛି। ସେମାନେ ହେଲେ ବ୍ୟାଟ୍ସମ୍ୟାନ୍ ଶୁଭ୍ରାଂଶୁ ସେନାପତି ଓ ବ୍ୟାଟିଂ ଅଲ୍ରାଉଣ୍ଡର ଅଭିଷେକ ରାଉତ। ପୂର୍ବରୁ ଆଇପିଏଲ୍ର ପ୍ରାଥମିକ ନିଲାମ ତାଲିକାରେ ଓଡ଼ିଶାରୁ ୫ ଖେଳାଳି- ରାଜେଶ ମହାନ୍ତି, ଜୟନ୍ତ ବେହେରା, ବିକାଶ ରାଉତ, ଅଭିଷେକ ରାଉତ ଓ ଶୁଭ୍ରାଂଶୁ ସେନାପତି ଥିଲେ। ତେବେ ଫ୍ରାଞ୍ଚାଇଜିମାନଙ୍କ ପସନ୍ଦ ମୁତାବକ ନିଲାମ ତାଲିକାକୁ ସଂକ୍ଷିପ୍ତ କରାଯିବା ପରେ ମଙ୍ଗଳବାର ଶୁଭ୍ରାଂଶୁ ଓ ଅଭିଷେକ ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଛନ୍ତି। ଉଭୟଙ୍କ ମୂଳ ନିଲାମ ମୂଲ୍ୟ ୨୦ ଲକ୍ଷ ଟଙ୍କା ରଖାଯାଇଛି। ଅଭିଷେକ ପୂର୍ବରୁ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଆଇପିଏଲ ଖେଳିଛନ୍ତି। ଚଳିତବର୍ଷ ଆନ୍ତଃରାଜ୍ୟ ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଓଡ଼ିଶା ପକ୍ଷରୁ ଅଭିଷେକ ରାଉତ ସର୍ବାଧିକ ୧୭୧ ଓ ଶୁଭ୍ରାଂଶୁ ୨ୟ ସର୍ବାଧିକ ୧୩୮ ରନ୍ କରିଥିଲେ। ଆଇପିଏଲ୍ର ନିଲାମ ଲାଗି ଅଭିଷେକ ଓ ଶୁଭ୍ରାଂଶୁଙ୍କୁ ଶୁଭକାମନା ଜଣାଇଛନ୍ତି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ସଭାପତି ପଙ୍କଜ ଲୋଚନ ମହାନ୍ତି ଓ ସମ୍ପାଦକ ସଞ୍ଜୟ ବେହେରା






More Stories
ବିଜେପିର ଶପଥ ଗ୍ରହଣ ଉତ୍ସବ:ଦୁର୍ଗା ମୂର୍ତ୍ତିରୁ ମଞ୍ଚ ଉପରେ ଝାଲମୁଢି ପର୍ଯ୍ୟନ୍ତ….
୬ ସିଭିଲ ଜଜ୍ଙ୍କ ବଦଳି…..
ପଶ୍ଚିମବଙ୍ଗ ଗଲେ ମୁଖ୍ୟମନ୍ତ୍ରୀ…..