Report Card Odisha

| Daily Odia News

ଯୋଗଦେଲେ ୨୪୭୩ ନୂଆ ଡାକ୍ତର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟ ସ୍ୱାସ୍ଥ୍ୟସେବାରେ ଆଉ ୨୪୭୩ଜଣ ନୂଆ ଡାକ୍ତର ଯୋଗ ଦେଇଛନ୍ତି। ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଏହି ୨୪୭୩ଜଣ ଡାକ୍ତରଙ୍କୁ ଗୁରୁବାର ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଏହି ସମସ୍ତ ଡାକ୍ତର ରାଜ୍ୟ ମେଡିକାଲ ସେବା ଅଧୀନରେ କାର୍ଯ୍ୟ କରିବେ। ସେମାନଙ୍କ ମଧ୍ୟରୁ ୨୩୯୨ଜଣ ଏମବିବିଏସ ଡାକ୍ତର ଥିବାବେଳେ ୮୧ଜଣ ଡେଣ୍ଟାଲ ସର୍ଜନ ଅଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନୂଆ ଡାକ୍ତରମାନଙ୍କୁ ନିଯୁକ୍ତି ପତ୍ର ବଂଟନ କରି କହିଛନ୍ତି ଯେ, ଆମ ଦରମା ପାଇଁ ଖର୍ଚ୍ଚ ହେଉଥିବା ପ୍ରତ୍ୟେକଟି ଟଙ୍କା ହେଉଛି ଓଡ଼ିଶାବାସୀଙ୍କର। ଆମେ ତାଙ୍କର ସେବା ପାଇଁ ଏଠାରେ ରହିଛେ। ଏକଥା ସବୁବେଳେ ମନେରଖିଥିବେ। ଗୁଣାତ୍ମକ ମାନର ସ୍ୱାସ୍ଥ୍ୟ ସେବା ସମସ୍ତଙ୍କୁ ପ୍ରଦାନ ନିମନ୍ତେ ତାଙ୍କ ସରକାରର ପ୍ରତିବଦ୍ଧତାକୁ ଦୋହରାଇ ‘ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା’ ଓ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମୂଳମନ୍ତ୍ର ନେଇ ସରକାର କାର୍ଯ୍ୟ କରୁଥିବା କହିଛନ୍ତି।

Breaking News