ରିପୋର୍ଟ କାର୍ଡ / ପାରାଦୀପ
ପାରାଦୀପ ବନ୍ଦରରେ ୩ ଘାନା ନାଗରିକଙ୍କୁ ନେଇ ଆରମ୍ଭ ହୋଇଛି ତନାଘନା। ରୁଷରୁ ଆସିଥିବା ଏକ ଚୀନ ଜାହାଜ ବନ୍ଦରରେ ଲାଗିବା ପରେ ଏହି ଘାନା ନାଗରିକମାନଙ୍କୁ ଠାବ କରାଯାଇଥିଲା। ଏହି ନାଗରିକମାନେ ଉକ୍ତ ଜାହାଜରେ ଲୁଚିକରି ଆସିଥିଲେ। ପାରାଦୀପ ଇମିଗ୍ରେସନ(ଆପ୍ରବାସନ) କାର୍ଯ୍ୟାଳୟ ଏ ବିଷୟରେ ଅବଗତ ହେବା ପରେ ଉକ୍ତ ଜାହାଜଟିକୁ ନୋଟିସ ଜାରି କରିଛି। କେଉଁ ଉଦ୍ଦେଶ୍ୟରେ ଏହି ନାଗରିକମାନେ ଆସିଛନ୍ତି ତାହା ଜଣାପଡ଼ି ନ ଥିବାବେଳେ ସେମାନଙ୍କୁ ଭାରତର କୌଣସି ବନ୍ଦରରେ ନ ଓହ୍ଲାଇବାକୁ ଜାହାଜକୁ ଇମିଗ୍ରେସନ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ନୋଟିସରେ ନିର୍ଦେଶ ରହିଛି।






More Stories
ନୂଆ ରୂପ ନେବ ରାଜ୍ୟର ସବୁ ବସ୍ଷ୍ଟାଣ୍ଡ…..
୧୦ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍ ମୋହର…..
ଚାଷୀଙ୍କ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି…..