ରିପୋର୍ଟ କାର୍ଡ / ଭବାନୀପଟଣା
ମ.ରାମପୁର ଥାନା ତାପରେଙ୍ଗ-ଲୁଡେନଗଡ଼ ଜଙ୍ଗଲରେ ପୋଲିସ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଗୁଳି ବିନିମୟରେ ୩ ମାଓବାଦୀଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, କମ୍ବିଂ ବେଳେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା। ଏହି ଗୁଳି ବିନିମୟ ଘଟିବା ଫଳରେ ୩ ମାଓବାଦୀଙ୍କ ମୃତ୍ୟୁ ଘଟିଛି । କମ୍ବିଂ ସମୟରେ ଡିଏସପି ମଧ୍ୟ ଗୁଳି ମାଡରେ ଆହତ ହୋଇଥିବା କଥା ସୂଚନା ମିଳିଛି । ଘଟଣାସ୍ଥଳରେ ଆହତ ଡିଏସପିଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ ଅଣାଯାଉଛି ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..