ରିପୋର୍ଟ କାର୍ଡ / ଝାରସୁଗୁଡ଼ା
ରସୁଗୁଡ଼ା ଜିଲ୍ଲା ସଦର ଥାନା ସମ୍ମୁଖ ୧୦ ନଂ ରାଜ୍ୟ ରାଜପଥରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଭାରସାମ୍ୟ ହରାଇ ଦୁଇଟି ଟ୍ରକ୍ ପଛକୁ ପଛ ଓ ଗୋଟିଏ ହାଇୱା ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ୩ଟି ଯାକ ଗାଡ଼ି ସର୍ଟସର୍କିଟରୁ ଜଳି ଯାଇଥିବା ବେଳେ ଭିତରେ ବସିଥିବା ଚାଳକମାନେ ବାହାରିପାରିନଥିଲେ | ଏହାଫଳରେ ଗାଡ଼ିରେ ଥିବା ୩ଜଣଯାକ ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ନିଆଁକୁ ଆୟତ୍ତ କରିବାକୁ ୩ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲା। ତେଣେ ସୂଚନା ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମାତ୍ର ଏଯାଏ ମୃତକଙ୍କ ପରିଚୟ ମିଳିପାରିନାହିଁ। ଏଣେ ସକାଳେ କ୍ରେନ ସାହାଯ୍ୟରେ ୩ଟି ଗାଡ଼ିକୁ ରାସ୍ତାର ପାର୍ଶ୍ୱକୁ ନିଆଯାଇ ସେଥିମଧ୍ୟରୁ ୩ ଚାଳକଙ୍କ ମୃତଦେହକୁ ବାହାରକୁ ଅଣାଯାଇଥିଲା। ଗାଡ଼ିଗୁଡ଼ିକ ମାତ୍ରାଧିକ ବେଗରେ ଯାଉଥିବା ଏବଂ ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ହେତୁ ଏହି ବଡ଼ ଧରଣର ସଡ଼କ ଦୁର୍ଘଣଟା ଘଟିଥିବା କୁହାଯାଉଛି।






More Stories
ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି…..
ସୌମ୍ୟ ହତ୍ୟା ମାମଲା:ବନ୍ଧା ହେଲା ମୁଖ୍ୟ ଅଭିଯୁକ୍ତ ଚିନୁ…..
୨୦ରେ ରାଜ୍ୟ କ୍ୟାବିନେଟ୍…..