Report Card Odisha

| Daily Odia News

୩ ୟୁରୋପୀୟ ଦେଶ ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍‍. ଜୟଶଙ୍କର ଆଜିଠାରୁ ତିନୋଟି ମଧ୍ୟ ୟୁରୋପୀୟ ରାଷ୍ଟ୍ରକୁ ୪ ଦିନିଆ ବିଦେଶ ଗସ୍ତରେ ଯାଉଛନ୍ତି । ସେ ସ୍ଲୋଭେନିଆ, କ୍ରୋଏସିଆ ଓ ଡେନ୍‍ମାର୍କ ଗସ୍ତ କରିବେ। ଏହି ଗସ୍ତ ସମୟରେ ସ୍ଲୋଭେନିଆର ବୈଦେଶିକ ମନ୍ତ୍ରୀ ଡକ୍ଟର ଆଞ୍ଜେ ଲୋଗାରଙ୍କ ସହ ଦ୍ୱିପକ୍ଷୀୟ ଆଲୋଚନା କରିବେ। ୟୁରୋପୀୟ ସଂଘ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀମାନଙ୍କ ସହ ଅଣଆନୁଷ୍ଠାନିକ ବୈଠକରେ ଯୋଗଦେବା ପାଇଁ ସ୍ଲୋଭେନିଆ ଶ୍ରୀ ଜୟଶଙ୍କରଙ୍କୁ ନିମନ୍ତ୍ରଣ କରିଛି। ବର୍ତ୍ତମାନ ସ୍ଲୋଭେନିଆ ୟୁରୋପୀୟ ସଂଘର ଅଧ୍ୟକ୍ଷ ରହିଛି । ଆସନ୍ତାକାଲି କ୍ରୋଏସିଆ ଗସ୍ତ ସମୟରେ ସେ ତାଙ୍କ କ୍ରୋଏସିଆ ପ୍ରତିପକ୍ଷ ଶ୍ରୀ ଗୋର୍ଡାନ୍ ଗ୍ରିଲିଚ୍ ରାଡମ୍ୟାନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଶ୍ରୀ ଜୟଶଙ୍କର ୪ ଓ ୫ ସେପ୍ଟେମ୍ବରରେ ଡେନମାର୍କରେ ରହିବେ ଯେଉଁଠାରେ ସେ ଭାରତ-ଡେନମାର୍କ ମିଳିତ ଆୟୋଗର ୪ର୍ଥ ପର୍ଯ୍ୟାୟ ବୈଠକରେ ସହ-ଅଧ୍ୟକ୍ଷତା କରିବେ। ଗତ ବର୍ଷ ସେପ୍ଟେମ୍ବରରେ ଆଭାସି ଶିଖର ସମ୍ମିଳନୀରେ ପ୍ରତିଷ୍ଠିତ ହୋଇଥିବା ଗ୍ରୀନ୍ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଅଧୀନରେ ଦ୍ୱିପାକ୍ଷିକ ସହଯୋଗ ସଂପର୍କ ନେଇ ବିସ୍ତୃତ ସମୀକ୍ଷା ବୈଠକରେ ଆଲୋଚନା କରାଯିବ । ଶ୍ରୀ ଜୟଶଙ୍କରଙ୍କ ଏହି ଗସ୍ତ ତିନିଟି ୟୁରୋପୀୟ ଦେଶ ସହିତ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତିର ସମୀକ୍ଷା ଏବଂ ୟୁରୋପୀୟ ସଂଘ ସହିତ ବହୁମୁଖୀ ସମ୍ପର୍କକୁ ସୁଦୃଢ କରିବାର ସୁଯୋଗ ପ୍ରଦାନ କରିବ।

Breaking News