ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସେନା ଗାଡ଼ିକୁ ଧକ୍କା ଦେଲାଦେଇଛି ବିସ୍ଫୋରକ ଭର୍ତ୍ତି ଯାନ। ଫଳରେ ବିସ୍ଫୋରଣ ଘଟି ୪ ଜଣ ଯବାନଙ୍କ ମୃତ୍ୟୁ ହୋଇଛି। ଏଥିସହ ୨୨ ଜଣ ଆହତ ହୋଇଛି। ପାକିସ୍ତାନୀ ପଶ୍ଚିମେତ୍ତର ଅଞ୍ଚଳରେ ଘଟିଛି ଏଭଳି ଆତ୍ମଘାତୀ ହମଲା। ଶନିବାର ବଜିରିସ୍ତାନ କବାୟଲି ଜିଲ୍ଲାରେ ବିସ୍ଫୋରକ ଭର୍ତ୍ତି ଏକ ତିନି ଚକିଆ ଗାଡି ସେନା ଗାଡିକୁ ଧକ୍କା ଦେଇଥିଲା। ଫଳରେ ବିସ୍ଫୋରଣ ଘଟିଥିଲା। ଏଥିରେ ୪ ଜଣ ପାକିସ୍ତାନ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ପେଟ୍ରୋଲିୟମ କମ୍ପାନୀର କର୍ମଚାରୀଙ୍କ ସମେତ ୨୨ ଜଣ ଆହତ ହୋଇଛନ୍ତି | ପୋଲିସ ସୂଚନା ମୁତାବକ, ଆକ୍ରମଣକାରୀ ଆଫଗାନିସ୍ତାନ ସୀମାବର୍ତ୍ତୀ ଉତ୍ତର ୱାଜିରିସ୍ତାନ ଆଦିବାସୀ ଜିଲ୍ଲାର ଖାଜୋରୀ ଛକରେ ଏମପିସିଏଲ ପେଟ୍ରୋଲିୟମ କମ୍ପାନୀ ସହିତ ଡ୍ୟୁଟିରେ ଥିବା ସୁରକ୍ଷା ବାହିନୀର ଏକ ଗାଡିକୁ ଧକ୍କା ଦେଇଥିଲା । ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଏହି ଘଟଣାରେ ୪ ଜଣ ସୈନିକ ପ୍ରାଣ ହରାଇଛନ୍ତି ଏବଂ ୧୫ ଜଣ କମ୍ପାନୀ କର୍ମଚାରୀଙ୍କ ସମେତ ୨୨ ଜଣ ଆହତ ହୋଇଛନ୍ତି।






More Stories
ରାଜ୍ୟପାଳଙ୍କୁ ଭେଟିଲେ ବିଜୟ…..
ବିଜୟକୁ ଭେଟି ସମର୍ଥନ ଦେଲା କଂଗ୍ରେସ…..
ଇସ୍ତଫା ଦେଲେ ହିମନ୍ତ ବିଶ୍ବଶର୍ମା…..