ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ୍ କଂଗ୍ରେସ ଛାଡ଼ିଛନ୍ତି | ଜମ୍ମୁ କଶ୍ମୀରିର ୫ ଜଣ ପୂର୍ବତନ କଂଗ୍ରେସ ବିଧାୟକ ଦଳ ଛାଡିଥିବା ସୂଚନା ମିଳିଛି । ଆଜାଦ୍ଙ୍କ ସହ ସ୍ୱର ମିଶାଇ ସେମାନେ ମଧ୍ୟ ଦଳ ଛାଡ଼ିବାର କାରଣ ରାହୁଲ ଗାନ୍ଧିଙ୍କୁ ଦାୟୀ କରିଛନ୍ତି। ଜମ୍ମୁ କଶ୍ମୀରିର କଂଗ୍ରେସ ନେତା ମହମ୍ମଦ ଶାରୋରି, ହାଜି ଅବଦ୍ଦୁ ରସିଦ, ମହମ୍ମଦ ଆମିନ୍ ଭଟ୍ଟ, ଗୁଲଜାର ଅହମ୍ମଦ ୱାନି , ଚୌଧୁରୀ ଆକ୍ରମ ମହମ୍ମଦ ଏବଂ ସଲମାନ୍ ନିଜାମି ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ସମ୍ପ୍ରତି କଂଗ୍ରେସ କ୍ୟାମ୍ପରୁ ଇସ୍ତଫା ଦେଇଥିବା ନେତାଙ୍କ ମଧ୍ୟରେ ଆଜାଦ୍ ହେଉଛନ୍ତି ଜଣେ ଭେଟରାନ୍ ଲିଡର। ପୂର୍ବରୁ କପିଲ ଶିବଲ, ଅଶ୍ୱନୀ କୁମାର ଭଳିଙ୍କ ଭଳି ବରିଷ୍ଠ ନେତାମାନେ କଂଗ୍ରେସ ଛାଡ଼ିଛନ୍ତି। ଅନ୍ୟପଟେ ଆଜାଦଙ୍କକ ଇସ୍ତଫାକୁ ନେଇ କଂଗ୍ରେସ ଦୁର୍ଭାଗ୍ୟଜନକ ବୋଲି କହିଛି।






More Stories
ପଶ୍ଚିମବଙ୍ଗ,ତାମିଲନାଡୁ ସମେତ ୫ ରାଜ୍ୟର ନିର୍ବାଚନ ଫଳାଫଳ…..
ପଶ୍ଚିମବଙ୍ଗରେ ଅତିରିକ୍ତ ୧୬୫ ପର୍ଯ୍ୟବେକ୍ଷ ଓ ୭୭ ପୋଲିସ ପର୍ଯ୍ୟବେକ୍ଷ ନିଯୁକ୍ତ……
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……