ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଶୋଭାଯାତ୍ରାରେ ଆସୁଥିବା ତୀର୍ଥଯାତ୍ରୀ ଦଳ ଉପରେ କାର ମାଡିଯିବାରୁ ୭ଜଣଙ୍କ ମୃତ୍ୟୁ ଘଟିଛି। ସୋଲାପୁର ଏସପି ଶିରିଶ ସରଦେଶ ପାଣ୍ଡେ କହିଛନ୍ତି ଯେ, ତୀର୍ଥଯାତ୍ରୀମାନେ ଏକ ଶୋଭାଯାତ୍ରାରେ କୋହ୍ଲାପୁରରୁ ପନ୍ଧାରପୁର ଯାଉଥିଲେ। ସାଙ୍ଗୋଲ ସହର ନିକଟରେ ଦ୍ରୁତଗତିରେ ଆସୁଥିବା ଏକ କାର ସେମାନଙ୍କ ଉପରେ ଚଢ଼ିଯାଇଥିଲା । ଘଟଣାସ୍ଥଳରେ ୭ଜଣଙ୍କ ଜୀବନ ଯାଇଥିବାବେଳେ ଅନେକ ଆହତ ହୋଇଛନ୍ତି। ଗୁରୁତରମାନଙ୍କୁ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଛି। ମୃତାହତଙ୍କ ଠିକଣା ଜଣାପଡ଼ିନଥିବାବେଳେ ତଦନ୍ତ ଜାରି ରହିଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଉକ୍ତ ଘଟଣାରେ ଦୁଃଖ ପ୍ରକାଶ କରି ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଗୁରୁତରମାନଙ୍କୁ ଚିକିତ୍ସା ସେବା ଯୋଗାଇଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।






More Stories
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ବହିରେ ୧୬୭୮ଟି ଭୁଲ ଚିହ୍ନଟ…..
ଭ୍ୟାନ୍ କୂଅକୁ ଖସି ୧୪ ମୃତ…..
ସୂଚନା ଅଧିକାର ଆଇନ ବ୍ୟବସାୟ ପାଲଟିଛି…..