Report Card Odisha

| Daily Odia News

୭ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ୧୪୮୨.୫୩କୋଟି ଟଙ୍କାର ୭ଟି ପୁଞ୍ଜିନିବେଶ ପ୍ରକଳ୍ପକୁ ଶୁକ୍ରବାର ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ଅନୁମୋଦନ କରିଛନ୍ତି । ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଟେକ୍ସଟାଇଲ, କେମିକାଲ, ଷ୍ଟିଲ ଉତ୍ପାଦନ, ବାୟୋ ଗ୍ୟାସ୍ ଓ ମାଇନିଂ ଆଦି କ୍ଷେତ୍ରରେ ମୋଟ ୭ଟି ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ମିଳିଛି। ଏହି ପ୍ରକଳ୍ପଗୁଡ଼ିକ ଖୋର୍ଦ୍ଧା, ଗଞ୍ଜାମ, କେନ୍ଦୁଝର, ବାଲେଶ୍ୱର, ଯାଜପୁର, ସୁନ୍ଦରଗଡ଼ ଓ ରାୟଗଡ଼ା ଆଦି ଜିଲ୍ଲାରେ କାର୍ଯ୍ୟକ୍ଷମ ହେବ । ଏହି ପ୍ରକଳ୍ପ ଯୋଗୁ ୧୧୯୬୯ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ଶୁକ୍ରବାର ଯେଉଁ ସବୁ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ମିଳିଛି ସେଥିରେ ୨୧୪.୪୦କୋଟି ଟଙ୍କା ବ୍ୟୟରେ ‘ଏମଏଏସ ଉଦ୍ୟତ ଇଣ୍ଡିଆ ପ୍ରାଃ ଲିମିଟେଡ୍ ଦ୍ୱାରା ଖୋର୍ଦ୍ଧାଠାରେ ଗାରମେଂଟ ଫ୍ୟାକ୍ଟ୍ରି ସ୍ଥାପନ କରାଯିବ । ଏଥିରେ ୮୮୪୪ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ସେହିପରି ଗଞ୍ଜାମରେ ୫୨କୋଟି ଟଙ୍କା ବ୍ୟୟରେ ଭିନର ଲ୍ୟାବ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଫାଇନ୍ କେମିକାଲ ଉତ୍ପାଦନ ୟୁନିଟ୍ ସ୍ଥାପନ କରାଯିବ । ଏଠାରୁ ବାର୍ଷିକ ୬୦୦ଟନ୍ ଫାଇନ୍ କେମିକାଲ ଉତ୍ପାଦନ ହେବ ଓ ୧୩୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ସେହିପରି ଆଲେନ୍ ଷ୍ଟିଲ ଇଣ୍ଡଷ୍ଟ୍ରିଜ୍ ଦ୍ୱାରା କଳିଙ୍ଗନଗରରେ ୧୭୮କୋଟି ଟଙ୍କା ବ୍ୟୟରେ ସିଆର ପ୍ରିକିସନ୍ ପାଇପ୍ ତିଆରି ୟୁନିଟ୍ ସ୍ଥାପନ କରାଯିବ ବୋଲି ଜଣାପଡ଼ିଛି।

Breaking News