ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ କାର୍ଯ୍ୟରତ ହାବିଲଦାର, କନେଷ୍ଟବଳ ଓ ସିପାହୀଙ୍କ ଖାଦ୍ୟ ଭତ୍ତା ପରିମାଣକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ଏହି କର୍ମଚାରୀମାନେ କ୍ରମାଗତ ୮ଘଣ୍ଟା ଓ ତା’ଠୁ ଅଧିକ ସମୟ ଡ୍ୟୁଟି କରିବାବେଳେ ସେମାନଙ୍କୁ ଖାଇବା ବାବଦରେ ଦିଆଯାଉଥିବା ୫୦ଟଙ୍କା ଭତ୍ତାକୁ ୭୫ଟଙ୍କାକୁ ବୃଦ୍ଧି କରାଯାଇଛି। ଆଜି ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, କ୍ରମାଗତ ଭାବେ ୮ଘଣ୍ଟାରୁ ଅଧିକ ସମୟ ଧରି ଡ୍ୟୁଟି କରୁଥିବା ଓଡ଼ିଶା ପୁଲିସର ହାବିଲଦାର, କନେଷ୍ଟବଳ ଓ ସିପାହୀ ଖାଦ୍ୟ ଭତ୍ତା ପରିମାଣ ଦୈନିକ ୫୦ଟଙ୍କା ପରିବର୍ତ୍ତେ ଏଣିକି ୭୫ଟଙ୍କା ମିଳିବ । ଏହି ବର୍ଦ୍ଧିତ ଭତ୍ତା ତତ୍କାଳ ପ୍ରଭାବରୁ ଲାଗୁ ହୋଇଛି । ଏହି ନିଷ୍ପତ୍ତି ଫଳରେ ରାଜ୍ୟର ପ୍ରାୟ ୫୫ହଜାର ହାବିଲଦାର, କନେଷ୍ଟବଳ ଓ ସିପାହୀ ଉପକୃତ ହେବେ ।






More Stories
କଟକ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ହେଲେ ରାଜେନ୍ଦ୍ର ବଲ୍ଲଭ ବେହେରା….
କ୍ୟାବିନେଟ ବୈଠକରେ ୪ ପ୍ରସ୍ତାବକୁ ମୋହର…..
ରାତି୧୦ଟାରେ ଉଠିବ ମହାଦୀପ…..