ରିପୋର୍ଟ କାର୍ଡ / ଭୁବନେଶ୍ୱର
ଇଡକୋ ସିଜିଏମ୍ ସରୋଜକାନ୍ତ ମହାନ୍ତି ଙ୍କୁ ଭିଜିଲାନ୍ସ ଗିରଫ କରିଛି । ଭିଜାଲାନ୍ସ ରେଡ୍ ପରେ ତାଙ୍କୁ ଗିରଫ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ମଙ୍ଗଳବାର ଇଡକୋ ସିଜିଏମ ସରୋଜଙ୍କ ଶୈଳଶ୍ରୀବିହାର ଘର ସହ ମୋଟ ୭ଟି ଠିକଣାରେ ରେ ରେଡ୍ ହୋଇଥିଲା। ଯାଜପୁର ଜିଲ୍ଲା ଧର୍ମାଶାଳାସ୍ଥିତ ବ୍ରହ୍ମବରଦା ଗାଁରେ ତାଙ୍କ ପୈତୃକ ଘର, ବାରଙ୍ଗ ଓ କଟକ ନୟାବଜାର ସ୍ଥିତ ଅନ୍ୟ ୨ଟି ଘର ଓ IDCOରେ ତାଙ୍କ ଅଫିସ ରୁମରେ ମଧ୍ୟ ଅଧିକାରୀମାନେ ଯାଞ୍ଚ କରିଥିଲେ। ଏହି ସମୟରେ ଟଙ୍କା ଓ ସମ୍ପତ୍ତି ଚିଠା ମିଳିଥିଲା। ଏଥିପାଇଁ ତାଙ୍କୁ ଆଜି ବିଧିବଦ୍ଧ ଭାବେ ଗିରଫ କରାଯାଇଛି। ସେ ଆୟ ଠାରୁ ୧୫୩% ଅଧିକ ସମ୍ପତ୍ତି ଠୁଳ କରି ରଖିଥିଲେ। ପ୍ରାୟ ଅଢ଼େଇ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ତାଙ୍କ ପାଖରୁ ମିଳିଛି। ଏହି ଆୟର ଉତ୍ସ ସମ୍ପର୍କରେ ସେ ସୂଚନା ନ ଦେଇ ପାରିବାରୁ ତାଙ୍କୁ ଗିରଫ କରାଯାଇଛି।






More Stories
କେନ୍ଦ୍ର କ୍ୟାବିନେଟରେ ଓଡିଶା ପାଇଁ ୮,୩୦୧ କୋଟି ମଞ୍ଜୁର…..
ସରକାରୀ ଗାଡିର ତେଲ ପାଇଁ ପେଟ୍ରୋଲ ପମ୍ପକୁ ଆଗୁଆ ଟଙ୍କା…..
ସୌମ୍ୟ ହତ୍ୟା ମାମଲା:କଲ୍ କରି ଆମ୍ବୁଲାନ୍ସ ଫେରାଇ ଦେଇଥିଲେ…..