ରିପୋର୍ଟ କାର୍ଡ / ଖୋର୍ଦ୍ଧା
ଖୋର୍ଦ୍ଧାସ୍ଥିତ ବାଘମାରି ନିକଟରେ ଥିବା ଏକ ରିଫାଇନ୍ ତେଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟି ଯାଇଛି। ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇ ଯାଇଛି। ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ହୋଇଥିବା କୁହାଯାଉଛି | ରିଫାଇନ୍ ତେଲ ଫ୍ୟାକ୍ଟ୍ରିଟି ବାଘମାରୀ ଥାନା ସାରୁଅ ଶିଳ୍ପାଞ୍ଚଳରେ ଥିବା ଜଣାଯାଇଛି। ଆଜି ଦିନ ବେଳା ଉକ୍ତ ଫ୍ୟାକ୍ଟ୍ରିରେ କର୍ମଚାରୀ କାମରେ ନିୟୋଜିତ ଥିଲେ। ଉକ୍ତ ସମୟରେ ଫ୍ୟାକ୍ଟ୍ରିର ଗୋଦାମ ଓ ଅଫିସ ରୁମ୍ରେ ସର୍ଟ ସର୍କିଟ ହୋଇ ପ୍ରବଳ ଧୂଆଁ ବାହାରିଥିଲା। ନିଆଁ ଦେଖି କର୍ମଚାରୀ ବାହାରକୁ ଚାଲି ଆସିଥିଲେ। ଖବର ପାଇ ତୁରନ୍ତ ୩ଟି ଦମକଳ ଗାଡ଼ି ପହଞ୍ଚି ନିଆଁ ଲିଭାରେ ନିୟୋଜିତ ଅଛନ୍ତି।






More Stories
ମହଣ ମହଣ ସୁନାରେ ସଜେଇ ହେଇଛନ୍ତି ଚତୁର୍ଦ୍ଧାବିଗ୍ରହ….
ଲୋକଙ୍କ ଇଚ୍ଛାଠାରୁ କେହି ଊର୍ଦ୍ଧ୍ୱରେ ନୁହନ୍ତି…..
ଚାମେଲିଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ…..