Report Card Odisha

| Daily Odia News

ଇଣ୍ଡିଆ ମେଣ୍ଟର ଆବାହକ ନୀତୀଶ କୁମାର !….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ବିରୋଧୀଙ୍କ ୨୮ ଦଳିଆ ମେଣ୍ଟର ଆବାହକ ଭାବେ ନିଯୁକ୍ତ କରାଯାଇପାରେ। ଏହି ନିଷ୍ପତ୍ତିକୁ ସମର୍ଥନ କରିବା ପାଇଁ ଚଳିତ ସପ୍ତାହରେ ବିରୋଧୀ ଦଳଗୁଡ଼ିକର ଏକ ବୈଠକ ହେବ। କଂଗ୍ରେସ ମଙ୍ଗଳବାର ନୀତୀଶ କୁମାର ଏବଂ ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସହ ଏ ବିଷୟରେ ଆଲୋଚନା କରିଛି। ଇଣ୍ଡିଆ ମେଣ୍ଟର ଅନ୍ୟ ସହଯୋଗୀଙ୍କ ସହିତ ମଧ୍ୟ ପରାମର୍ଶ କରାଯାଇଛି ବୋଲି ସୂତ୍ରରୁ ପ୍ରକାଶ। ନୀତୀଶ କୁମାର ଗତକାଲି ଶିବସେନା (ୟୁଟିବି) ମୁଖ୍ୟ ଉଦ୍ଧବ ଠାକରେଙ୍କ ସହ ଏ ନେଇ କଥା ହୋଇଥିଲେ। ଏହାବ୍ୟତୀତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଆପ୍) ମୁଖ୍ୟ ତଥା ମେଣ୍ଟର ଅନ୍ୟ ଜଣେ ପ୍ରମୁଖ ସଦସ୍ୟ ଅରବିନ୍ଦ କେଜ୍ରିୱାଲ ନୀତୀଶ କୁମାରଙ୍କୁ ଆବାହକ ଭାବେ ନିଯୁକ୍ତ କରିବା ପ୍ରସ୍ତାବକୁ ସମର୍ଥନ ଜଣାଇଛନ୍ତି। ଡିସେମ୍ବର ୧୯ ତାରିଖରେ ଦିଲ୍ଲୀରେ ମେଣ୍ଟର ଚତୁର୍ଥ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଠାରେ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଦେଇଥିଲେ। ବିରୋଧୀ ଗୋଷ୍ଠୀର ଗତ ବୈଠକରେ ଆସନ ବୁଝାମଣା, ମିଳିତ ପ୍ରଚାର ବ୍ଲୁପ୍ରିଣ୍ଟ ଏବଂ ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ଟକ୍କର ଦେବା ପାଇଁ ରଣନୀତି ଭଳି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିରୋଧୀ ମେଣ୍ଟ ଜାନୁଆରି ୩୦ତାରିଖରୁ ମିଳିତ ପ୍ରଚାର ଆରମ୍ଭ କରିବ ବୋଲି କହିଛି।

 

Breaking News