ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେରିକାର ଲସ୍ ଭେଗାସ୍ସ୍ଥିତ ଅଦାଲତରେ ଶୁଣାଣି ସମୟରେ ଜଣେ ଅଭିଯୁକ୍ତ ମହିଳା ବିଚାରପତିଙ୍କୁ ଆକ୍ରମଣ କରିଛି | ଅଭିଯୁକ୍ତ ଜଣକ ହଠାତ୍ ଟେବୁଲରୁ ଉପରକୁ ଡେଇଁପଡି ମହିଳା ବିଚାରପତିଙ୍କୁ ଆକ୍ରମଣ କରି ତାଙ୍କୁ ମାଡ ମାରିଥିଲା। ସବୁକିଛି ଏତେ ଶୀଘ୍ର ଘଟିଥିଲା ଯେ କୋର୍ଟରେ ଉପସ୍ଥିତ ସୁରକ୍ଷାକର୍ମୀ ଏବଂ ଅନ୍ୟ ଲୋକମାନେ ମହିଳା ବିଚାରପତିଙ୍କୁ ରକ୍ଷା କରିପାରିଲେ ନାହିଁ। କୌଣସି ପ୍ରକାରେ ସୁରକ୍ଷାକର୍ମୀ ଅଭିଯୁକ୍ତକୁ କାବୁ କରିଥିଲେ ଏବଂ ପରବର୍ତ୍ତୀ ସମରେ ତାକୁ ଜେଲକୁ ପଠାଇ ଦିଆଯାଇଛି। ସମ୍ପୂର୍ଣ୍ଣ ଘଟଣା କୋର୍ଟରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏହି ଘଟଣା ଲସ୍ ଭେଗାସର ରିଜନାଲ୍ ଜଷ୍ଟିସ୍ ସେଣ୍ଟରରେ ଘଟିଛି। ବୁଧବାର ଲସ୍ ଭେଗାସ୍ ନିବାସୀ ଅଭିଯୁକ୍ତ ଡିୟୋବ୍ରା ଡେଲୋନ ରେଡ୍ଡେନ୍(୩୦)କୁ ଏକ ମାମଲାର ଶୁଣାଣି ପାଇଁ ଅଦାଲତରେ ହାଜର କରାଯାଇଥିଲା। କ୍ଲାର୍କ କାଉଣ୍ଟି ଜିଲ୍ଲା ଜଜ୍ ମ୍ୟାରୀ ମାମଲାର ଶୁଣାଣି କରୁଥିଲେ। ବିଚାରପତି ଅଭିଯୁକ୍ତ ଡିୟୋବ୍ରାକୁ ଦୋଷୀ ସାବ୍ୟସ୍ତ କରି ଜେଲ୍ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି କାରଣରୁ ଅଭିଯୁକ୍ତ ଡିୟୋବ୍ରା ଏତେ ରାଗି ଯାଇଥିଲା ଯେ, ସେ ହଠାତ୍ ମହିଳା ବିଚାରପତିଙ୍କ ଚୌକି ଉପରକୁ ଡେଇଁ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲା।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..