ରିପୋର୍ଟ କାର୍ଡ / ନବରଙ୍ଗପୁର
ଫରେଷ୍ଟ ଗାର୍ଡ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେଇ ଫେରୁଥିବା ବେଳେ ଧରିଲା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ସୂଚନା ଅନୁଯାୟୀ, ନନ୍ଦାହାଣ୍ଡି ବ୍ଲକ, ଜଗନ୍ନାଥପୁର ଫରେଷ୍ଟ ଗାର୍ଡ ବିନାୟକ ସୌରୀ ପ୍ରାୟ ୧ ଲକ୍ଷ ୫୩ ହଜାର ଟଙ୍କା ଲାଞ୍ଚ ନେଇ ଫେରୁଥିବା ଖବର ପାଇଥିଲା ଭିଜିଲାନ୍ସ। କାର୍ଯ୍ୟସ୍ଥଳକୁ ଫେରୁଥିବା ସମୟରେ ଖାତିଗୁଡ଼ା ଇନ୍ଦ୍ରାବଦୀ ପୋଲ ନିକଟରେ ଅଟକାଇବା ସହ ଫରେଷ୍ଟ ଗାର୍ଡଙ୍କ ବ୍ୟାଗରୁ ଉକ୍ତ ଟଙ୍କା ଜବତ କରିଥିଲା ଭିଜିଲାନ୍ସ ଟିମ୍। ନବରଙ୍ଗପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ଫରେଷ୍ଟ ଗାର୍ଡ ବିନାୟକଙ୍କୁ ଅଟକ ରଖି, ନବରଙ୍ଗପୁର ସହର ରାଜୁସାହି ସ୍ଥିତ ଫରେଷ୍ଟଗାର୍ଡଙ୍କ ଭଡ଼ାଘରକୁ ଯାଇ ଅଧିକ ତଦନ୍ତ କରିଛି ଭିଜିଲାନ୍ସ।






More Stories
ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ପରିଚୟ ପତ୍ର ବାଧ୍ୟତାମୂଳକ…..
ରାହୁଲଙ୍କ ସମେତ ୨୫ କଂଗ୍ରେସ ଏମ୍ପିଙ୍କୁ ଗୁଳି କରିବାକୁ ଧମକ……
୩୧ଟି ନୂଆ ଜିଲ୍ଲା ପାଇଁ ସରକାରଙ୍କୁ ପ୍ରସ୍ତାବ…..