ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ସୋମବାରଠାରୁ ଧର୍ମଘଟକୁ ଓହ୍ଲାଇଛି। ଏଥିପାଇଁ ତେଲ ଡିପୋରୁ ପେଟ୍ରୋଲ ଓ ଡିଜେଲ ଲୋଡିଂ ବନ୍ଦ ରହିବ। ଏନେଇ ରବିବାର ସାମ୍ବାଦିକ ସମ୍ମିଳନୀ ଜରିଆରେ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଭାରତୀୟ ନ୍ୟାୟ ସଂହିତା ୨୦୨୩ରେ ଗାଡ଼ି ଚାଳକଙ୍କ ପାଇଁ ଥିବା ଦଣ୍ଡବିଧାନକୁ ବିରୋଧ କରି ମହାସଂଘ ଧର୍ମଘଟ ଡାକରା ଦେଇଛି। ସଂଘର ଏହି ନିଷ୍ପତ୍ତି ଫଳରେ ସୋମବାରଠାରୁ ଡିପୋରୁ ପେଟ୍ରୋଲ ପମ୍ପକୁ ତେଲ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିବ। ଅପରପକ୍ଷେ, ଡ୍ରାଇଭର ଆନ୍ଦୋଳନ ଯୋଗୁଁ ଶନିବାର ଅଧିକାଂଶ ପେଟ୍ରୋଲ ପମ୍ପରେ ତେଲ ଷ୍ଟକ ବହୁତ କମିଯାଇଥିଲା। ସନ୍ଧ୍ୟାରେ ଡ୍ରାଇଭର ଆନ୍ଦୋଳନ ପ୍ରତ୍ୟାହାର ହେବା ପରେ ଡିପୋରୁ ଅଳ୍ପ କିଛି ଟ୍ୟାଙ୍କରରେ ତେଲ ଲୋଡିଂ ହୋଇଥିଲା। ରବିବାର ମଧ୍ୟ ଜରୁରୀ ଭିତ୍ତିରେ ସକାଳୁ କେତେକ ଡିପୋରୁ ଅଳ୍ପ କିଛି ଟ୍ୟାଙ୍କରରେ ତେଲ ଭର୍ତ୍ତି ହୋଇଛି। ପୁଣି ଧର୍ମଘଟ ପାଇଁ ସୋମବାର ସନ୍ଧ୍ୟା ସୁଦ୍ଧା ପ୍ରାୟ ପେଟ୍ରୋଲ ପମ୍ପରେ ପୁଣି ତେଲ ଅଭାବ ଦେଖାଦେବ ବୋଲି କହିଛି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..