ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶୁକ୍ରବାର କୋଟିଆକୁ ନେଇ ଏକ କଡ଼ା ବାର୍ତ୍ତା ଦେଇଛନ୍ତି। କୋଟିଆକୁ ନେଇ ସରକାର ଆଉ ଚୁପ୍ ହୋଇ ବସିବେ ନାହିଁ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। କୋଟିଆ ବିବାଦ ଦୀର୍ଘ ବର୍ଷର। ଏଥର ଆନ୍ଧ୍ର ନିର୍ବାଚନକୁ ଓଡ଼ିଶା ପକ୍ଷରୁ ଜୋରଦାର ବିରୋଧ କରାଯାଇଛି। ପୂର୍ବ ସରକାର କୌଣସି ପଦକ୍ଷେପ ନ ନେବାରୁ ସବୁ ଲିଗାଲ କେସ୍ରେ ହାରିଲୁ। ସବୁ ଆଇନଗତ ଦିଗ ବନ୍ଦ ହୋଇଯାଇଛି। ରାଜସ୍ବ ବିଭାଗ ଏହାର ତର୍ଜମା କରିବ। ବିଚାର ବିମର୍ଶ ପରେ ଆଇନଗତ ଦିଗ କ’ଣ ହେବ ନିଷ୍ପତି ନିଆଯିବ ବୋଲି ସେ କହିଛନ୍ତି। ବାତ୍ୟା, ବନ୍ୟା ପାଇଁ ଟିକେ ବିଳମ୍ବ ହୋଇଛି, ତଥାପି ଆମେ ଚୁପ ବସିବୁ ନାହିଁ। ମୁଖ୍ୟମନ୍ତ୍ରୀ କୋଟିଆ ସମ୍ପର୍କରେ ସଚେତନ ଅଛନ୍ତି ବୋଲି ଆଇନ ମନ୍ତ୍ରୀ ମତ ପ୍ରକାଶ କରିଛନ୍ତି।






More Stories
ଘଣ୍ଟାକରେ ଦର୍ଶନ କରିପାରିବେ ୧୦ ହଜାର ଭକ୍ତ…..
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..