ରିପୋର୍ଟ କାର୍ଡ / ପୁରୀ
ପୁରୀ ଶ୍ରୀମନ୍ଦିରର ତ୍ରିସ୍ତରୀୟ ସୁରକ୍ଷା ବଳୟ ଭେଦ କରି ଜଣେ ବିଦେଶୀ ମହିଳା ରବିବାର ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି। ସିଂହଦ୍ୱାର ସମ୍ମୁଖ ବ୍ୟାରିକେଡ୍ ଦେଇ ଫେରୁଥିବାବେଳେ କେତେକ ସେବାୟତ ତାଙ୍କୁ ଚିହ୍ନଟ କରିଥିଲେ । ଚୁଡ଼ିଦାର ଓ ପଞ୍ଜାବୀ ପିନ୍ଧିଥିବା ବିଦେଶୀ ମହିଳା ଜଣେ ଇସ୍କନ ଭକ୍ତ। ହାତରେ ଖଜା ଥିବା ଏକ ପଲିଥିନ୍ ସେ ଧରିଥିବା ଦେଖିବାକୁ ମିଳିଛି। ଏହି ଘଟଣା ସ୍ଥାନୀୟ ଅଧିବାସୀ ଏବଂ ସେବକଙ୍କୁ ଆଚମ୍ବିତ କରିଛି। ବିଦେଶିନୀ ଜଣଙ୍କ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ କି ନାହିଁ ସେ ସମ୍ପର୍କରେ କୌଣସି ନିର୍ଦିଷ୍ଟ ତଥ୍ୟ ମିଳିପାରି ନାହିଁ।ଚାରିଗୋଟି ପ୍ରବେଶ ଦ୍ୱାରରେ ଲାଗିଥିବା ସିସିଟିଭି ଯାଞ୍ଚ୍ କରି ବିଦେଶିନୀଙ୍କୁ ଶ୍ରୀମନ୍ଦିରରେ ପ୍ରବେଶରେ ସହାୟତା କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ମତ ପ୍ରକାଶ ପାଇଛି।






More Stories
୧ରୁ ସୁଭଦ୍ରା ନୂଆ ଆବେଦନ…..
ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ….
ସରିଲା ଯୁକ୍ତ ୨ ପରୀକ୍ଷା:୪୫ ଦିନ ଭିତରେ ରେଜଲ୍ଟ…..