ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିଠାରୁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ବୁଲିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ। ଭକ୍ତିମୟ ପରିବେଶ ଭିତରେ ପରିକ୍ରମା କରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ। ଆଜିଠାରୁ ଦୁଇଦିନ ଭିତରେ ମୋଟ୍ ୬୭ଟି ୱାର୍ଡରେ ପରିକ୍ରମା କରିବ ପରିକ୍ରମା ପ୍ରକଳ୍ପ ରଥ। ନାମ ସଂକୀର୍ତ୍ତନ ସହ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହେବ ବିଏମସି ଅଞ୍ଚଳ। ପ୍ରତି ୱାର୍ଡର ଜଗନ୍ନାଥ ମନ୍ଦିର କିମ୍ବା ଆରାଧ୍ୟା ଦେବତାଙ୍କ ମନ୍ଦିରରୁ ଏହି ଯାତ୍ରା ଆରମ୍ଭ ହେବ। ଏହି ଯାତ୍ରାରେ ସାମିଲ ହୋଇଛନ୍ତି ପ୍ରତି ଅଞ୍ଚଳର ସଂକୀର୍ତ୍ତନ ମଣ୍ଡଳୀ। ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ପାଇଁ ପ୍ରତି ଦୁଆର ମୁହଁରୁ ଗୁଆ ଏବଂ ଅରୁଆ ଚାଉଳ ସଂଗ୍ରହ ଦାୟିତ୍ୱ ସ୍ୱେଚ୍ଛାସେବୀମାନଙ୍କୁ ହସ୍ତାନ୍ତର କରିଛି ବିଏମସି। ଏହି କାର୍ଯ୍ୟକ୍ରମକୁ ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ବିଏମସି ଏକ କମିଟି ଗଠନ କରିଛି।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..