ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଞ୍ଚମ ଥର ପାଇଁ ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି ଶେଖ୍ ହାସିନା। ୭୬ ବର୍ଷୀୟ ହାସିନା ୱାଜେଦ ପୁଣି ଥରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଗାଦିରେ ବସିବାକୁ ଯାଉଛନ୍ତି। ବାଂଲାଦେଶର ମୁଖ୍ୟ ବିରୋଧୀ ଦଳ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନପି) ଦ୍ୱାରା ନିର୍ବାଚନକୁ ବହିଷ୍କାର କରାଯିବା ସତ୍ୱେ ଗତକାଲି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୫୦ ପ୍ରତିଶତରୁ ଅଧିକ ଆସନରେ ହାସିନାଙ୍କ ଆୱାମୀ ଲିଗ୍ ବିଜୟ ହୋଇଛି। ବାଂଲାଦେଶ ନିର୍ବାଚନ ଆୟୋଗ ଗତକାଲି ବିଳମ୍ବିତ ରାତିରେ ଏନେଇ ଘୋଷଣା କରିବା ପରେ ହାସିନା ପଂଚମ ଥର ପାଇଁ ସରକାର ଗଢିବା ସ୍ପଷ୍ଟ ହୋଇଛି। ଆୱାମୀ ଲିଗ୍ ମୁଖ୍ୟ ଶେଖ୍ ହାସିନା ଗୋପାଳଗଞ୍ଜ-୩ ନିର୍ବାଚନମଣ୍ଡଳୀରୁ ଅଷ୍ଟମ ଥର ପାଇଁ ସଂସଦକୁ ନିର୍ବାଚିତ ହୋଇଛନ୍ତି। ପୂର୍ବରୁ ଶେଖ୍ ହାସିନା ୧୯୯୬ରୁ ୨୦୦୧ ମସିହା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ୨୦୦୯ରୁ ବର୍ତ୍ତମାନ ପର୍ଯ୍ୟନ୍ତ ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..