ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ହାଇଟେକ୍ ହସ୍ପିଟାଲ୍ ଵିସ୍ଫୋରଣ ଘଟଣାରେ DNA ରିପୋର୍ଟ ଆସିବା ପରେ ମୃତଦେହକୁ ନେଇଛନ୍ତି ମୃତକ ଦିଲୀପ ସାମନ୍ତରାୟଙ୍କ ପରିବାର ଲୋକେ। ଗାଁକୁ ନେବା ପରେ ଦିଲ୍ଲୀପଙ୍କର ଅନ୍ତିମ ସଂସ୍କାର କରାଯାଇଛି। DNA ରିପୋର୍ଟ ଆସିବା ପରେ ପରିଚୟ ସ୍ପଷ୍ଟ ହେବା ପରେ ପରିବାର ଲୋକଙ୍କୁ ମୃତଦେହ ହସାନ୍ତର କରାଯାଇଛି। ଅନ୍ୟପକ୍ଷରେ ହାଇଟେକ ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ସଂପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ ଏତଲା ଦେଇଛନ୍ତି ମୃତ ଦିଲ୍ଲୀପ ସାମନ୍ତରାୟଙ୍କ ମାଆ ଅହଲ୍ୟା ସାମନ୍ତରାୟ। ମୃତକୁ ଜୀବିତ ଏବଂ ଜୀବିତକୁ ମୃତ ଦର୍ଶାଇ ଶବ ଅଦଳ ବଦଳ କରିବାରେ କାହାର ହାତ ରହିଛି | ଏତେ ବଡ ଭୁଲ ପାଇଁ ଦାୟୀ କିଏ | ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଅହଲ୍ୟା। ଏଥିସହିତ କ୍ଷତିପୂରଣ ବାବଦକୁ ୫୦ ଲକ୍ଷ ଟଙ୍କା ଦାବି କରିଛନ୍ତି ଦିଲ୍ଲୀପଙ୍କ ମା’।






More Stories
ବଢ଼ିବ ତାତି: ପାରଦ ଟପିବ ୪୩ ଡିଗ୍ରୀ…..
୨୧ରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି…..
ଆଜି ଖୋଲିବ ଭିତର ରତ୍ନଭଣ୍ଡାର…..