Report Card Odisha

| Daily Odia News

ଲକ୍ଷଦ୍ବୀପର ରେ ହେବ ଏୟାରପୋର୍ଟ‌…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମାଳଦ୍ବୀପ ସହ ଭାରତର ବିବାଦ ଭିତରେ କେନ୍ଦ୍ର ସରକାର ଲକ୍ଷଦ୍ବୀପର ବିକାଶ ପାଇଁ ଯୋଜନା କରୁଛନ୍ତି। ଏବେ ମିନିକୟ ଦ୍ବୀପ ସମୂହରେ ନୂଆ ବିମାନବନ୍ଦର ନିର୍ମାଣ ହେବ। ଏହି ବିମାନବନ୍ଦରରେ ବାଣିଜ୍ୟିକ ବିମାନ ସହିତ ଯୁଦ୍ଧ ବିମାନ ଏବଂ ସାମରିକ ବିମାନ ମଧ୍ୟ ଚଳାଚଳର କ୍ଷମତା ରହିବ। ସରକାର ମଙ୍ଗଳବାର ଏ ସଂକ୍ରାନ୍ତ ପ୍ରସ୍ତାବ ପାରିତ କରିଛନ୍ତି। ସାମରିକ ଦୃଷ୍ଟିକୋଣରୁ ଏହି ବିମାନ ବନ୍ଦର ଭାରତର ସ୍ଥିତିକୁ ସୁଦୃଢ଼ କରିବ। ଏହାର ଉପଯୋଗ ଆରବ ସାଗର ଏବଂ ଭାରତ ମହାସାଗର ଅଂଚଳରେ ନଜର ରଖିବା ଦିଗରେ ନିର୍ଣ୍ଣାୟକ ହେବ। ଏହା ସହିତ ଏହା ପର୍ଯ୍ୟଟନର ବିକାଶ ଦିଗରେ ମଧ୍ୟ ସହାୟକ ହେବ।

Breaking News