Report Card Odisha

| Daily Odia News

ଧକ୍କା ଦେଇ ୨୦ ଗାଡ଼ିକୁ ଘୋଷାଡ଼ି ନେଲା କଣ୍ଟେନର୍‌, ୩ ମୃତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଗ୍ରା ହାଇଓ୍ୱେରେ ଦେଖିବାକୁ ମିଳିଛି ମର୍ମନ୍ତୁଦ ଦୁର୍ଘଟଣା | ଦ୍ରୁତ ଗତିରେ ଆସି ଧକ୍କା ଦେଇ ୨୦ଟି ଗାଡ଼ିକୁ ଘୋଷାଡ଼ି ନେଇଛି କଣ୍ଟେନର୍‌। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ସୂଚନା ମୁତାବକ, ମଙ୍ଗଳବାର ସନ୍ଧ୍ୟାରେ ଏକ କଣ୍ଟେନର ଦ୍ରୁତ ଗତିରେ ଆସି ପୋଲିସ ବ୍ୟାରିକେଡ୍‌ ଭାଙ୍ଗି ୨୦ଟି ଗାଡିକୁ ଧକ୍କା ଦେଇ ୫୦ ମିଟର ଯାଏ ଘୋଷାଡି ନେଇଥିଲା। ଫଳରେ କଣ୍ଟେନର ତଳେ ଫଶି ଏକ ବାଇକ୍‌ରେ ନିଆଁ ଲାଗି ଜଳିଯାଇଛି । ଫଳରେ ଘଟଣାସ୍ଥଳରେ ହିଁ ବାଇକ ଆରୋହୀଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ସେପଟେ ଦୁର୍ଘଟଣାରେ ଅନ୍ୟ ୯ ଜଣ ଆହତ ହୋଇଛନ୍ତି। କୁହୁଡି ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। କେବଳ ସେତିକି ନୁହେଁ ଡ୍ରାଇଭରଙ୍କୁ କାବୁ କରି ସ୍ଥାନୀୟ ଲୋକେ ନିର୍ଧୁମ ମାଡ଼ କାରିଛନ୍ତି। ଏହି ଦୁର୍ଘଟଣା ଯୋଗୁ ପ୍ରାୟ ଏକ ଘଣ୍ଟା ଯାଏଁ ଜାତୀୟ ରାଜପଥରେ ଟ୍ରାଫିକ୍‌ ଜାମ ସମସ୍ୟା ସୃଷ୍ଟି ହୋଇଥିଲ। କଣ୍ଟେନର ଧକ୍କାରେ ପ୍ରାୟ ଅନେକ ଗାଡ଼ି ନଷ୍ଟ ହୋଇଯାଇଛି। ଦୁର୍ଘଟଣା ଘଟାଇଥିବା କଣ୍ଟେନର ଡ୍ରାଇଭରକୁ ପୋଲିସ ଗିରଫ କରିଛି। ସମସ୍ତ ୯ ଜଣ ଆହତଙ୍କୁ ଉଦ୍ଧାର କରି ଏସ୍‌ଏନ୍‌ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ନିଶାସକ୍ତ ଅବସ୍ଥାରେ କଣ୍ଟେନର ଡ୍ରାଇଭର ଜଣକ ଗାଡ଼ି ଚଳାଥିଲା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି |

Breaking News