Report Card Odisha

| Daily Odia News

ନାବାଳିକା କୁ ଗଣବଳାତ୍କାର ପରେ ହତ୍ୟା…..

ରିପୋର୍ଟ କାର୍ଡ / ରାଉରକେଲା

ନାବାଳିକା ଶାଗ ତୋଳିବାକୁ ଘରୁ ଜଙ୍ଗଲକୁ ଯାଇ ଆଉ ଫେରି ନଥିଲେ । ଆଉ ଶେଷରେ ପରିବାର ଲୋକେ ଆଜି ଜଙ୍ଗଲରୁ ଏକ ଶାଗୁଆନ ଗଛରୁ ଝିଅର ଝୁଲନ୍ତା ମୃତଦେହ ଉଦ୍ଧାର କରିଛନ୍ତି । ନାବାଳିକାଙ୍କୁ ତାଙ୍କ ପ୍ରେମିକଙ୍କ ସମେତ ୩ ଜଣ ଗଣବଳାତ୍କାର ପରେ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଏଭଳି ଘଟଣା ସୁନ୍ଦରଗଡ ଜିଲ୍ଲା ବଡଗାଁ ଥାନା ଅଞ୍ଚଳରେ ଘଟିଛି। ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ଗତକାଲି ସକାଳେ ନାବାଳିକାଜଣକ ଶାଗ ତୋଳିବାକୁ ଘରୁ ବାହାରିଥିଲେ। ଉକ୍ତ ସମୟରେ ଯୁବକଜଣକ ତାଙ୍କୁ ଫୁସଲାଇ କୁସ୍ତନା ଜଙ୍ଗଲକୁ ନେଇ ଯାଇଥିଲେ। ସେଠାରେ ପୂର୍ବରୁ ତାଙ୍କର ଦୁଇ ସାଙ୍ଗ ଉପସ୍ଥିତ ଥିଲେ। ସେମାନେ ସମସ୍ତେ ନାବାଳିକାଙ୍କୁ ଗଣବଳାତ୍କାର କରିଥିଲେ। ଏହାପରେ କଥା ବାହାରେ ପ୍ରଘଟ ହୋଇଯିବା ଭୟରେ ନାବାଳିକାଙ୍କ ଓଢଣୀରେ ତାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ। ଏହାପରେ ଏକ ଶାଗୁଆନ ଗଛରେ ତାଙ୍କୁ ଝୁଲାଇ ଦେଇଥିଲେ। ଝିଅ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ଏହାପରେ ଥାନାରେ ଅଭିଯୋଗ କରିଥିଲେ। ସନ୍ଦେହ ହେବାରୁ ନାବାଳିକାଙ୍କ ପରିବାର ଓ ପୋଲିସ ସମ୍ପୃକ୍ତ ଯୁବକଙ୍କୁ ପଚରାଉଚରା କରିଥିଲେ। ଏହାପରେ ସେ ସବୁ ସତ କଥା ମାନି ଯାଇଥିଲେ। ଏହାପରେ ପୋଲିସ କୁସ୍ତନା ଜଙ୍ଗଲକୁ ଯାଇ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Breaking News